ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

0 81

ପୁରୀ : ଆଜି ଆଷାଢ଼ କୃଷ୍ଣପକ୍ଷ ଅଣସର ତ୍ରୟୋଦଶୀ । ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା । ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି । ଫଳରେମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଉ ଦିନକ ପରେ ନେତ୍ରଉତ୍ସବ ନୀତି ଅନୁଷ୍ଠିତ ହେବ । ଏହା ପରେ ନବ ଯୌବନ ଦର୍ଶନ ଦେଇ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଗୁଣ୍ଡିଚାରେ ବଡ଼ଦାଣ୍ଡରେ ଦର୍ଶନ ଦେବେ । ଏପଟେ ରଥ ଖଳାରେ ମହାରଣା ସେବକ ମାନେ ପ୍ରଭୁଙ୍କ ପାଇଁ ରଥ ନିର୍ମାଣକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + 18 =