ଘୁ ଉଦୟଗିରି,୭/୭- ବନାଞ୍ଚଳର ସିର୍କୀ ଘାଇ ନିକଟରେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କିସମର ବୃକ୍ଷସବୁ ରୋପଣ କରାଯାଇଛି । ଏହି ଅବସରରେ ବନଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବନ ସୁରକ୍ଷା ସମିତି ସଦସ୍ୟ, ଗ୍ରାମବାସୀ, ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଥିଲେ ।ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ବନାଞ୍ଚଳ ଅଧିନରେ ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷଚାରା ରୋପଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି । ବିଶେଷକରି ସଂପୃକ୍ତ ବନାଞ୍ଚଳ ଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ବନାଞ୍ଚଳ ଅଧିନରେ ପୂର୍ବ ଅପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି । ପ୍ରତ୍ୟେକ ଲୋକ ନିହାତି ଗୋଟିଏ ଗୋଟିଏ ଗଛ ଲଗେଇବା ଆବଶ୍ୟକ ରହିଅଛି ।ଏହି ଅବସରରେ ଘୁ ଉଦୟଗିରି ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା,ଯେ ଏମ ଏଫ ସି.ସୁଶ୍ରୀ ସଂଗୀତା ଦାସ,ଘୁ ଉଦୟଗିରି ତହସିଲଦାର ଡାଃ ଜନ୍ମେଜୟ ସାହୁ,ଡି ସି ଏଫ ଓ ଏଫ ଟି ଏସ୍.ଶ୍ରୀ ପୂର୍ଣ ଚନ୍ଦ୍ର ଗୁରୁ,ଭି ଏ ଏସ୍.ଶ୍ରୀପତି ସେଠି,ସରପଞ୍ଚ ରାଇକଲା ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ,ମାଲିକାପଡି ସରପଞ୍ଚ ସଚ୍ଚିଦାନନ୍ଦ ପ୍ରଧାନ ଫରେଷ୍ଟର ପ୍ରବୀଣ ଦାସ ଓ ରଶ୍ମିତା ବକ୍ସି, ଫରେଷ୍ଟ ଗାର୍ଡ ସି ଏଚ ଅନିତା ପାତ୍ର,ପ୍ରତାପ କୁମାର ବେହେରା,ସିନ୍ଧୁ ପତି, ବିଭୁ ରଞ୍ଜନ ସାମନ୍ତରାୟ,ଏବଂ ପାହାଡ଼ ସ୍ୱେଚ୍ଛାସେବୀ ସଂସ୍ଥାର ସଞ୍ଜୟ କୁମାର ନାୟକ ଓ ସୁଧାକର ଦିଗାଲ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।