ଘୁ ଉଦୟଗିରି ପୋଲିସ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷକଙ୍କ ମିଳିତ ଭାବେ ଗାଡି ଯାଞ୍ଚ ସହ ଜୋରିମାନା ଆଦାୟ

0 96

ଘୁ ଉଦୟଗିରି,୭/୭- ଘୁ.ଉଦୟଗିରି ପୋଲିସ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷଙ୍କ ମିଳିତ ଭାବରେ ବନ୍ଧା ଛକଠାରେ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଥିବା ଦେଖିବାକୁ ମିଳିଛି । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ସନ୍ଧ୍ୟା ୬ ଘଣ୍ଟିକା ପରଠାରୁ ଲୋକେ ବାହାରକୁ ଯିବା ମନା ରହିଥିବା ବେଳେ ଯେଉଁମାନେ ଦୁଇଚକିଆ ୩ ଚକିଆ ଜାନ ଓ ଚାରି ଚକିଆ ଯାନ ସହିତ ବିନା କାରଣରେ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା ସେ ସମସ୍ତଙ୍କୁ ଘୁ ଉଦୟଗିରି ପୋଲିସ ପ୍ରଶାସନ ଓ ରାଜସ୍ୱ ନିରକ୍ଷକ ମିଳିତ ଭାବରେ ବନ୍ଧାଛକ ନିକଟରେ ଯାଞ୍ଚ କରି ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ସଚେତନ ମଧ୍ୟ କରାଯାଉଥିଲା । କେବଳ ଯେଉଁମାନେ ମେଡିକାଲ କିମ୍ବା ସ୍ୱାସ୍ଥ୍ୟଗତ କାରଣ ସକାଶେ ଯାଉଥିଲେ ସେମାନଙ୍କୁ ଛଡାଯାୁଥିଲା । ଏହି ସ୍ୱତନ୍ତ୍ର ଡ୍ରାଇଭରେ ଘୁ ଉଦୟଗିରି ପୋଲିସ ଏସ ଆଇ ବିଭୁତି ଭୂଷଣ ମୁଦୁଲିଙ୍କ ନେତୃତ୍ୱରେ ଯାଞ୍ଚ ହେଉଥିବା ବେଳେ ରାଜସ୍ୱ ପରିଦର୍ଶକ ଶରତ କୁମାର ସ୍ୱାଇଁ, ଆର ଆଇ ଲିଙ୍ଗାଗଡ ସରୋଜ କୁମାର ଦିଗାଲ, ଆର ଆଇ କତିଙ୍ଗିଆ ଶାନ୍ତନୁ କୁମାର ଡାକୁଆ, ଆର ଆଇ ମାଲିକପୋଡି ଅଜୟ କହର ଓ ଏ ଆର ଆଇ କଲିଙ୍ଗା ଅଖିଲ କୁମାର ପାତ୍ର ଉପସ୍ଥିତ ରହି ଏହି ଯାଞ୍ଚ କରିଥିଲେ । ଘୁ ଉଦୟଗିରି ପୋଲିସ ପକ୍ଷରୁ ୨୧୦୦ ଟଙ୍କା ଜରିମାନା ବାବଦକୁ ଆଦାୟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

ten − 9 =