ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀ ପୁରସ୍କୃତ

0 65

ପୁରୀ,୭/୭- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ବର୍ଷରେ ସମୁଦାୟ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆଜି ନୀଳାଦ୍ରି ଭକ୍ତ ନିବାସ ଠାରେ ପୁରସ୍କୃତ କରାଯାଇଛି । ସେଥିମଧ୍ୟରୁ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ରୋତ୍ସାହନ ରାଶି ସହ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ପୁସ୍ତକ ମଧ୍ୟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷନ କୁମାର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରିଚାଳନା କମିଟି ପୂର୍ବତନ ସଦସ୍ୟମାନେ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − two =