ରାୟଗଡ ଜିଲ୍ଳାରେ ୨,୪୯,୪୫୧ଜଣଙ୍କ ହୋଇଛି ଟିକାକରଣ

0 63

ରାୟଗଡ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟିକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟିକାକରଣ କରାଯାଇଥିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳାର ମୋଟ ଜନସଂଖ୍ୟା ୧୦ଲକ୍ଷ ୬୮ହଜାର ୬୪୭ଥିବା ବେଳେ ଏଥିରୁ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ୪୫ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଟିକାକରଣ ମଧ୍ୟରେ ଶତକଡା ୪୪ପ୍ରତିଶତ ହାରରେ ୧ଲକ୍ଷ ୧୭ହଜାର ୭୪୬ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ଶତକଡା ୩୧ପ୍ରତିଶତ ହାରରେ ୩୬ହଜାର ୩୮୯ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ପ୍ରଦାନ କରାଯାଇଛି । ସେହିପରି ୧୮ରୁ ୪୪ବର୍ଷିୟ ବର୍ଗ ମଧ୍ୟରେ ଜିଲ୍ଳାର ୪ଲକ୍ଷ ୧୯ହଜାର ୫୪୦ଜଣଙ୍କୁ ଟୀକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଶତକଡା ୧୬ ପ୍ରତିଶତ ହାରରେ ୬୬ହଜାର ୬୪୫ଜଣଙ୍କୁ ପ୍ରଥମ ଡୋଜ ଏବଂ ୨୩ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ପ୍ରଦାନ କରାଯାଇଥିବା ଜଣାପଡିଛି । ଫଳରେ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କ ମଧ୍ୟରୁ ୨ଲକ୍ଷ ୧ହଜାର ୨୫୨ଜଣଙ୍କୁ ଶତକଡା ୨୮ପ୍ରତିଶତ ହାରରେ ଏବଂ ୪୮ହଜାର ୧୯୯ଜଣଙ୍କୁ ଶତକଡା ୨୪ପ୍ରତିଶତ ହାରରେ ମୋଟ ୨ଲକ୍ଷ ୪୯ହଜାର ୪୫୧ଜଣଙ୍କୁ ଟିକାକରଣ କରାଯାଇପାରିଛି ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three + nine =