ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆସନ୍ତାକାଲି

0 134


ସମ୍ବଲପୁର, ୧୦/୭- ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ମଧ୍ୟ ବଢ଼ିବାକୁ ଲାଗିଛି । ସେଠାକାର ଜଳସ୍ତର କୁ ନିୟନ୍ତ୍ରଣରେ ରଖିବା ପାଇଁ ଏବର୍ଷ ପ୍ରଥମ ଥରପାଇଁ ବନ୍ୟାଜଳ ନିଷ୍କାସନ ସକାଶେ ଆସନ୍ତା କାଲି ଜୁଲାଇ ୧୧ ତାରିଖ ରବିବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ଏହା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି । ଏହା ସହିତ ମହାନଦୀ କୂଳରେ ସଂଲଗ୍ନ ସମସ୍ତ ଜିଲ୍ଲା ପ୍ରଶାସନ ମାନଙ୍କୁ ଏଦିଗରେ ପ୍ରଭାବିତ ଲୋକଙ୍କୁ ସତର୍କ କରେଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଏହି ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୩୧ ଫୁଟ ରେକର୍ଡ କରାଯାଇଛି ଓ ଏହି ଜଳସ୍ତର ରେ ନିରନ୍ତର ବୃଦ୍ଧି ଦେଖାଯାଉଛି । ସେହି ସମୟରେ ଜଳଭଣ୍ଡାର କୁ ଉପରମୁଣ୍ଡରୁ ୩୮,୫୦୧ କ୍ୟୁସେକ ଜଳରାଶି ପ୍ରବେଶ କରିବା ସହିତ ସେଠାରୁ ୧୯,୭୮୮ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଛି । ଏପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର କୌଣସି ସ୍ଲୁଇସଗେଟ ଖୋଲାଯାଇ ନାହିଁ ଓ ଆଗାମୀ କାଲି କିଛି ଗେଟ୍ ଖୋଲାଯିବ ଯାହା ଦ୍ଵାରା ନିଷ୍କାସିତ ଜଳରାଶିରେ ଅଭିବୃଦ୍ଧି ହେବ ।

hiranchal ad1
Leave A Reply

Your email address will not be published.

4 × 4 =