ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତୃତୀୟ ମହଲାରୁ ଡେଇଁ ମହିଳା ରୋଗୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

0 59


ରାୟଗଡ/୧୦/୭: ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲର ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ରୋଗୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତ ରୋଗୀଙ୍କ ନାମ ରଜନୀ ମେଲେକା (୨୮)ବୋଲି ଓ ତାଙ୍କ ଘର ରାୟଗଡ ସହର ସ୍ଥିତ ତୁମ୍ବିଗୁଡା ଗ୍ରାମରେ ବୋଲି ଜଣାପଡିଛି । ଏ ନେଇ ମେଡିକାଲ କର୍ତ୍ତୃପଖ୍ୟ ସ୍ଥାନୀୟ ଟାଉନ ଥାନା ପୋଲିସଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପଂହଚି ଶବକୁ ଉଦ୍ଧାର କରି ବ୍ୟବେଚ୍ଛଦ ପାଇଁ ପଠାଇଥିବା ବେଳେ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏବେବି ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ପ୍ରକାରେ ତୁମ୍ବିଗୁଡା ଗ୍ରାମର ଯୁବତୀ ରଜନୀ ଭୀଷଣ ଜ୍ୱର ଓ ପାଟି ଘା’ରେ ପୀଡିତ ହୋଇ ଅସୁସ୍ଥତା ହୋଇ ଥିବାରୁ ତାଙ୍କ ଘର ପରିବାର ଲୋକେ ଚିକିତ୍ସା ନିମନ୍ତେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗତ ଜୁଲାଇ ୭ତାରିଖ ତଥା ୪ଦିନ ପୂର୍ବେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାରେ ଥିବା ଭେଷଜ ଆନ୍ତଃ ବିଭାଗରେ ବେଡ୍ ନମ୍ବର ୩୫ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ତେବେ ଆଜି ଭୋରରୁ ରଜନୀ ତୃତୀୟ ମହଲାରେ ଥିବା ଶୈାଚଳାୟକୁ ଯାଇ ଭିତରପଟୁ କବାଟ ବନ୍ଦ କରି ଦେଇ ଶୈାଚାଳୟ କକ୍ଷର କାଚ ଝରକା ଭାଙ୍ଗି ତଳକୁ ଡେଇଁ ପଡିଥିଲା । ଜୋରରେ ଶଦ୍ଦ ହେବାରୁ ମେଡିକାଲ୍ ସିକ୍ୟୁରିଟି ଓ କିଛି କର୍ମଚାରୀମାନେ ଧାଇଁ ଦେଖିବା ବେଳକୁ ଯୁବତୀ ଜଣଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ବରଦାକାନ୍ତ ମିଶ୍ରଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଡାକ୍ତର ଶ୍ରୀ ମିଶ୍ର ପଂହଚି ଅନୁଧ୍ୟାନ କରିବା ପରେ ତୁରନ୍ତ ପୋଲିସ ଥାନାକୁ ଖବର ଦେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ରୋଗୀ ତିନି ମହଲାରୁ ଡେଇଁ କାହିିଁକି ଆତ୍ମହତ୍ୟା କଲା ତାହା ପୋଲିସ ଅନୁସନ୍ଧାନରୁ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି । ତୁମ୍ବିଗୁଡା ଗ୍ରାମରେ ଯୁବତୀର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଯୁବତୀ ଜଣକ ଅବିବାହିତା ଥିଲେ ବୋଲି ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

5 × four =