ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଛକ ଛକରେ ଲାଗୁଛି ବସ୍

0 398


ବୌଦ୍ଧ/ଜହ୍ନାପଙ୍କ,୧୦/୦୭: କାମ ଅନ୍ୱେଷଣରେ ଯାଇଥିବା ପ୍ରବାସୀ ଶ୍ରମିକମାନେ କରୋନା ଭୟରେ କାର୍ଯ୍ୟସ୍ଥଳୀରୁ ଫେରିଆସିଥିବା ବେଳେ ବର୍ତ୍ତମାନ ସେମାନେ ସେମାନଙ୍କ ସେହି କର୍ମସ୍ଥଳୀକୁ ଯିବାକୁ ବାହାରୁଥିବା ଦେଖିବାକୁ ମିଳୁଛି । ପ୍ରବାସରେ ରହି କାମ କରୁଥିବା ହଜାର ହଜାର ଶ୍ରମିକ ନିଜ ଭିଟାମାଟି କୁ ଫେରୁଥିବା ବେଳେ ଦୀର୍ଘ ୪ ମାସ ହେଲା କାମଧନ୍ଦା ନପାଇ ହାତବାନ୍ଧି ଘରେ ବସିଥିବା ଏହି ଶ୍ରମିକମାନେ ଶେଷରେ ବାଧ୍ୟହୋଇ ପୁନର୍ବାର ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରି ଯାଉଥିବା ଦେଖିବାକୁ ମିଳିଛି । ସମ୍ପ୍ରତି ତାମିଲନାଡୁ, ଗୁଜରାଟ, ବେଙ୍ଗାଲୁରୁ ଭଳି ସ୍ଥାନରେ କାର୍ଯ୍ୟ କରୁଥିବା ହଜାର ହଜାର ଓଡ଼ିଆ ଶ୍ରମିକଙ୍କ ଅନୁପସ୍ଥିତିରେ ସେମାନଙ୍କ କଳ କାରଖାନା ଗୁଡିକରେ ତାଲା ପଡିଥିବା ବେଳେ କାରଖାନା ମାଲିକମାନେ ବାଧ୍ୟହୋଇ ବସ୍ ପଠାଇ ,ଶ୍ରମିକମାନଙ୍କୁ ନେଉଥିବା ଦେଖିବାକୁ ମିଳିଛି। ବୌଦ୍ଧ ବ୍ଳକର ଜହ୍ନାପଙ୍କ, ଦାମୋଦରପୁର,ବ୍ରାହ୍ମଣୀପାଲି ସହ ଅନ୍ୟାନ୍ୟ ଅଂଚଳରୁ ଏହି ପ୍ରବାସୀ ଶ୍ରମିକମାନେ ସ୍ୱତନ୍ତ୍ର ବସ ଯୋଗେ ନିୟମିତ ଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟ ରାଜ୍ୟମାନଙ୍କୁ କାମ କରିବାକୁ ଯାଉଥିବା ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କରିବା ପରେ ଯାଇ, ଯିବାକୁ ଅନୁମତି ଦିଆଯିବାର ନିୟମ ଥିଲେ ହେଁ ବୌଦ୍ଧ ବ୍ଳକରେ ଏଭଳି ଖୁଲମ ଖୁଲା ଶ୍ରମିକ ଚାଲାଣକୁ ଜିଲ୍ଲା ଶ୍ରମବିଭାଗ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

hiranchal ad1
Leave A Reply

Your email address will not be published.

one × 2 =