ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ, ଖୋଲିଲା ୨ ଗେଟ୍‌

0 142

ସମ୍ବଲପୁର :  ରବିବାର ହୀରାକୁଦ ବନ୍ଧରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି  । ପୂଜାର୍ଚ୍ଚନା ପରେ ହୀରାକୁଦର ୨ଟି ଗେଟ ଖୋଲାଯାଇଛି  । ସ୍ପିଲୱେର ବାମ ପାର୍ଶ୍ୱରୁ ଗେଟ ଖୋଲାହୋଇଛି  । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା  ।

hiring

ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା । ଜଳଭଣ୍ଡାରକୁ ୭୪,୫୨୧ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କୁ୍ୟସେକ ଜଳ ନିଷ୍କାସିତ ହେଉଥିଲା । ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କୁ୍ୟସେକ ଓ କେନାଲଗୁଡ଼ିକରେ ୪,୧୯୧ କୁ୍ୟସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କୁ୍ୟସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । ଗତ ବର୍ଷ ଜୁନ୍ ୨୬ରେ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିବା ସେତେବେଳେ ଜଳସ୍ତର ୬୧୮ ଫୁଟ୍ ରହିଥିଲା ।

hiranchal ad1
Leave A Reply

Your email address will not be published.

three × one =