ବୌଦ୍ଧ,୧୧/୭: ବୌଦ୍ଧଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । ଆଜି ଜିଲ୍ଲାରୁୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି କଣ୍ଟମାଳ ବ୍ଲକ ଆକ୍ରାନ୍ତ ଶୂନ୍ୟ ଥିବାବେଳେ ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ପାଲଝାର ଗ୍ରାମରୁ ଓ ଦୁର୍ଗାପ୍ରସାଦ ଗ୍ରାମରୁ ୨ଜଣ ଲେଖାଏଁ, କସୁରବନ୍ଧ ପଞ୍ଚାୟତ ମଶିଣାପଡା ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ପୀତାମ୍ବରପୁର ପଞ୍ଚାୟତ ଯାଜପୁର ଗ୍ରାମରୁ ଜଣେ, ସାଂପୋଚ ପଞ୍ଚାୟତ ସାଂପୋଚ ଗ୍ରାମରୁ ଜଣେ, ସରସରା ପଞ୍ଚାୟତ ରଇଠାଣୀ ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ମଣିକପୁର ଗ୍ରାମରୁ ଜଣେ ଓ ସହରାଞ୍ଚଳ ପୁରୁଣା ବ୍ଲକ ଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୭୨ରେ ପହଞ୍ଚିଛି । ଆଜି ଜିଲ୍ଲାରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂଚନାରେ ଜଣାପଡିଛି । ଗତକାଲି ସୁଦ୍ଧା୧୨୧୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୪୧ ଜଣ ଚିକିତ୍ସାଧୀନ ଓ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।