ବ୍ରହ୍ମପୁର,୧୧/୭: ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ନୂତନ ଭାବେ ମନୋନୀତ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହିଳା ନେତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ସାଂସଦ ଆସ୍କା, ଗଞ୍ଜାମ ଜିଲ୍ଲାର ବିଧାୟକ, ବିଧାୟିକା ଓ ପୂର୍ବତନ ଉପ ବାଚସ୍ପତି ଏବଂ ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟବ୍ୟକ୍ତି ଓ ବିଜୁ ଜନତା ଦଳର ଜନ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।