ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର ସାମାଜିକ ଦାୟିତ୍ୱ ଓ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ କାର୍ଯ୍ୟକ୍ରମ

0 196

ଫୁଲବାଣୀ,୧୧/୭- କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ରବିବାର ଫୁଲବାଣୀ
ବ୍ଳକ ଅନ୍ତର୍ଗତ ଦଡ଼କୀ, ବେଲପଦର, ସାଇନ ପଦର ବିଦ୍ୟାଳୟ ପରିସରରେ ବିଭିନ୍ନ ରକମର ଫଳ ବୃକ୍ଷ ରୋପଣ କରାଯାଇଥିଲା । ଫ୍ରଣ୍ଟ ଲାଇନ ମିଡିଆ ଏ ସୋସିଏସନ ଯେ କେବଳ ସାମ୍ବାଦିକ ମାନଙ୍କୁ ବୃତ୍ତିଗତ ସୁରକ୍ଷା, ଆର୍ଥିକ ସହାୟତା ଯୋଗାଇ ଦେଉଛି ତାହା ନୁହେଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ, ଜଙ୍ଗଲ ଓ ପରିବେଶର ସୁରକ୍ଷା, ବୃକ୍ଷରୋପଣ ସାଙ୍ଗକୁ ଗ୍ରାମାଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ନେଇ ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର ସାମାଜିକ ଦାୟିତ୍ୱ ଓ ମୂଲ୍ୟବୋଧ ରହିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଫ୍ରଣ୍ଟ ଲାଇନ ମିଡ଼ିଆ ଏସେ ।ସିଏସନ ପକ୍ଷରୁ ସଭାପତି ସୁଜିତ ବେହେରା ଓ ସଂପାଦକ ତ୍ରିନାଥ ସାହୁଙ୍କ ଉଦ୍ୟମରେ ଆୟୋଜିତ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଫୁଲବାଣୀ ପିଏ ଆଇଟିଡିଏ ବିରେନ୍ଦ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ବଂଚିବା ଅସମ୍ଭବ । ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହେବ ବୋଲି ବୃକ୍ଷରୋପଣ ଅବସରରେ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସଂଘ ପରାମର୍ଶଦାତା ସୁନୀଲ ପଟ୍ଟନାୟକ,ପ୍ରେସକ୍ଳବ ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ରଞ୍ଜନ ପ୍ରଧାନ, ଅଶୋକ ମହାନ୍ତି, ସୁନୀଲ ବିଶ୍ୱାଳ, ପ୍ରଶାନ୍ତ ଜେନା, ଦୁଃଖୀଶ୍ୟାମ ପ୍ରଧାନ, ହୂରଞ୍ଜନ ସେଠି, ବ୍ରଜାନନ୍ଦ, ଅଜିତ ମହାରଣା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ ଓ ମାସ୍କ ବଣ୍ଟନ କରିଥିଲେ । ଏହି ମେଗା ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ବେଲପଦର ମଙ୍ଗଳ ବିଭାଗ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ରୂପଶ୍ରୀ ଡିଗାଲ, ଦଡକୀ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ରବି ନାରାୟଣ ମୁନି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + 18 =