ଅଜଣା ରୋଗରେ ଆକ୍ରାନ୍ତ ନିରୂପମା: ସରକାରୀ ସହାୟତା ପାଇଁ ଦାବି

0 142

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଟିକିରାପଡା ଗ୍ରାମର ମଙ୍ଗଲୁ ମେହେର (୩୨)ଙ୍କ ଝିଅ ନିରୂପମା ବୟସ(୧୨)ଆଜକୁ ପ୍ରାୟ ୨ ବର୍ଷ ହେବ ଅଜଣା ରୋଗରେ ପୀଡିତ ଅଛି । ନିରୂପମାର ବୟସକୁ ଦେଖିଲା ବେଳକୁ ତାର ଶାରୀରିକ ବିକାଶ ହୋଇନାହିଁ । ସେ ଠିକ ଭାବରେ କଥା କହିପାରୁନାହିଁ କିମ୍ୱା ଚାଲିପାରୁନାହିଁ । ତାଙ୍କ ମା କହିବା ଅନୁଯାୟୀ ତାଙ୍କ ଝିଅ ନିରୂପମା ତାର ନିଜ କାମ ସେ ନିଜେ କରିପାରୁନାହିଁ ସବୁବେଳେ ତାର ସେବା କରିବାକୁ ପଡୁଛି କହିଛନ୍ତି । ମଙ୍ଗୁଲୁ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସେ ତାଙ୍କ ଝିଅର ଉନ୍ନତ ଚିକିତ୍ସା ପାଇଁ ଗ୍ରାମବାସୀଙ୍କଠାରୁ ନିଜ ସମ୍ପର୍କୀୟମାନଙ୍କଠୁ ଧାର କରଜ କରି ବୁର୍ଲା, ସମ୍ବଲପୁର, କଟକ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ଏହାର ଚିକିତ୍ସା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ କହିବାରୁ ସେ ଘରକୁ ଫେରି ଆସିଥିଲେ । ତାଙ୍କ ପାଖରେ ଯାହା ସମ୍ବଳ ଥିଲା ସର୍ବସ୍ୱନ୍ତ ହୋଇ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି । ମଙ୍ଗଲୁଙ୍କ ପରିବାର ଅବସ୍ଥା କହିଲେ ନ ଚଳେ ଓଳିଏ ଖାଇଲେ ଆର ଓଳିକି ଚୂଲି ଜଳୁନଥିବା କହିଛନ୍ତି । ସେ ଜଣେ ବୁଣାକାର ସମ୍ପ୍ରଦାୟର ହୋଇଥିବାରୁ ବର୍ତ୍ତମାନ ଲକଡାଉନ ଯୋଗୁଁ ତାଙ୍କ ବୁଣା ଶାଢୀ ମଧ୍ୟ ବିକ୍ରି ହେଉନଥିବା କହିଛନ୍ତି । ସେ କୋହଭରା କଣ୍ଠରେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =