ଶିକ୍ଷକ ସ୍ୱାମୀଙ୍କ ନୃଶଂସ କାଣ୍ଡ, ଶିକ୍ଷୟିତ୍ରୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା

0 328

ଯାଜପୁର:ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ସ୍ୱାମୀ ହତ୍ୟା ଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଘଟିଛି ।
ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣାରେ ସ୍ୱାମୀ ଅରୁଣକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଏହି ଶିକ୍ଷକ ଦମ୍ପତି ଗତ ୯ ବର୍ଷ ତଳେ ବିବାହ କରିଥିବା ବେଳେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ବହୁ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ମାରପିଟ୍ ମଧ୍ୟ କରୁଥିଲେ। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ସକାଳୁ ସ୍ତ୍ରୀ ଦିପ୍ତିମୟୀ ଠାକୁର ପୂଜା କରୁଥିବା ସମୟରେ ତାଙ୍କ ସ୍ୱାମୀ ଅରୁଣ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହା ହାମରରେ ପତ୍ନୀ ଦୀପ୍ତିଙ୍କ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ଦିପ୍ତିମୟୀଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

hiranchal ad1
Leave A Reply

Your email address will not be published.

7 − 6 =