କ୍ରିସ୍ ଗେଲଙ୍କ ଐତିହାସିକ ବିଶ୍ୱ ରେକର୍ଡ
ଦୁବାଇ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ କ୍ରିକେଟ୍ ଦୁନିଆରେ ଆଉ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି -୨୦ ଫର୍ମାଟରେ ୧୪,୦୦୦ ରନ୍ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ଶୈଳୀରେ ଗେଲ ଏକ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଥିଲେ । ଗ୍ର୍ରୋସ ଆଇସଲେଟରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ରେ ସେ ଏହି ସଫଳତା ହାସଲ କରିଥିଲେ ।
ଗ୍ରୋସ୍ ଆଇସଲେଟ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ଟିକିଆ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ସେ ଏହି ରେକର୍ଡ ହାସଲ କରିଛନ୍ତି । ଇଣ୍ଡିଜ୍ ଦଳ ତୃତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ସିରିଜରେ ୩-୦ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୪୧ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଇଣ୍ଡିଜ୍ ଦଳ ୧୪.୫ ଓଭରରେ ୪ ୱିକେଟ୍ ହରାଇ ୧୪୨ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିଥିଲା ।
ସେହିଭଳି ମ୍ୟାଚ୍ରେ କ୍ରିସ୍ ଗେଲ୍ ୩୮ ଟି ବଲରେ ୬୭ ରନର ଇନିଂସ ଖେଳିଥିବା ବେଳେ ଏହି ବଡ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମଧ୍ୟ ବିଚାର କରାଯାଇଥିଲା । ଗେଲ୍ ଟି -୨୦ ରେ ନିଜର ୧୪ ହଜାର ରନ୍ ପୂରଣ କରିବା ଇନିଂସର ୯ ଓଭରର ପ୍ରଥମ ବଲରେ ଛକା ମାରିଥିଲେ । ମ୍ୟାଚ୍ ପୂର୍ବରୁ ଗେଲଙ୍କୁ ଏହି ରେକର୍ଡ କରିବା ପାଇଁ ମାତ୍ର ୨୯ ରନ୍ ଆବଶ୍ୟକ ଥିଲା । ସେ ଅଫ୍ ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ବଲକୁ ଛକା ମାରି ଏକ ରେକର୍ଡ ସୃଷ୍ଟି କରିଥିଲେ ।