ଓଡିଶାର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

0 96

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସନ୍ତୋଷଜନକ ରହିଛି । ପ୍ରତିଦିନ ସଂକ୍ରମଣ ହାର ହ୍ରାସ ପାଉଛି । ତେବେ ପୂର୍ବ ତୁଳନାରେ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା କମୁନାହିଁ । ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଉଥିବା ବେଳେ କାହିଁକି ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନାହିଁ ତାକୁ ନେଇ ଚିନ୍ତା ପ୍ରକାଟ କରାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ଏକ କେନ୍ଦ୍ରୀୟ ଟିମ୍‌ ଏହାର ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା କରିବା ବୋଲି ଜଣାପଡିଛି । କେବଳ ଓଡିଶା ନୁହେଁ ଉତ୍ତର-ପୂର୍ବ ଭାରତର ୬ଟି ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରର କୋଭିଡ ସ୍ଥିତି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ଆସନ୍ତା ୧୬ ତାରିଖ ଦିନ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ସମୀକ୍ଷା କରିବେ । ସମୀକ୍ଷା କରାଯିବାକୁ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କୋଭିଡ ସ୍ଥିତି ନେଇ ଭାବ ବିନିମୟ କରିବେ ।

hiranchal ad1
Leave A Reply

Your email address will not be published.

4 × 3 =