ସ୍ୱରୁପ ପାତ୍ର ହେଲେ ୟୁଥ୍‌ ଫର୍‌ ଏକ୍ସନ୍‌ ଟିମ୍‌ର ସୁବର୍ଣ୍ଣପୁର ସଭାପତି

0 503

ସୁବର୍ଣ୍ଣପୁର: ରାଜ୍ୟରେ ଅବହେଳିତବର୍ଗଙ୍କୁ ମୁଖ୍ୟ ସ୍ରୋତ ସହ ଯୋଡିବା ତଥା ସମାଜରେ ଦୁଃଖୀ ଲୋକଙ୍କ ଆର୍ଥିକ ବିକାଶ ଓ ବେସାହାରା ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଓଡ଼ିଶାର ଯୁବକମାନଙ୍କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଗଠନ ହୋଇଥିବା ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଏକ୍ସନ୍‌ ଟିମର ପ୍ରଥମ ବୈଠକରେ ୨୪ ଜଣଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି । ସେହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଯୁବ ସଂଗଠକ ସ୍ୱରୁପ ପାତ୍ରଙ୍କୁ ମନୋନୀତ କରାଯାଇଛି । ସେହିପରି ସାନନ୍ଦ ମେହେରଙ୍କୁ ରାଜ୍ୟର ଉପସଭାପତି ପଦରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ଓ ସହ ସଂଯୋଜକ ସୁଜିତ ସିଂଙ୍କ ଉପସ୍ଥିତି ରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମନୋନୀତ ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ସଂବର୍ଦ୍ଧିତ କରି ଦାୟିତ୍ୱ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =