ଗାଁ ସାଥିଙ୍କୁ ବହିଷ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦେଲେ ଦାବିପତ୍ର

0 219

ପାଟଣାଗଡ଼,୧୩/୭ – ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି । ଯାହାଫଳରେ ଶ୍ରମିକମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବାସହ ନିଜ ପରିବାର ପ୍ରତିପୋଷଣ ଦିଗରେ ସହାୟକ ହୋଇଥାଏ । ମନରେଗା କାର୍ଯ୍ୟର ସହଯୋଗ ତଥା ଦେଖଭାଲ କରିବାପାଇଁ ସରକାର ପ୍ରତି ଗ୍ରାମରେ ଦୁଇଜଣ ଗାଁ ସାଥି ନିଯୁକ୍ତି କରିଛନ୍ତି । ହେଲେ ଗାଁ ସାଥି ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକମାନେ ପାରିଶ୍ରମିକ ଟଙ୍କା ବର୍ଷବର୍ଷ ଧରି ପାଉନଥିବାବେଳେ କାମ କରୁନଥିବା ଶ୍ରମିକଙ୍କ ନାମରେ ଥିବା ପାସ୍‌ବୁକ୍‌ରେ ଟଙ୍କା ଜମା ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ନିଜେ ନିଜର ପରିବାର ସଂପର୍କୀୟ ଲୋକଙ୍କୁ ନେଇ କାମ ଦାବି କରିବା ଏବଂ ଉକ୍ତ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଖଲଖଲି ଗାଁରେ ଅଲ୍ଲି ମହାକୁର ପିତା.ବୁଣକୁ ମହାକୁର ଗାଁ ସାଥି ଭାବେ କାର୍ଯ୍ୟରତ ଅଛି । ସରକାରୀ ନିୟମ ଅନୁସାରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ପାଣି ସୁବିଧା ବିଶ୍ରାମ ସୁବିଧା କରିବା ସହ ଆଘାତ ହେଲେ ଯତ୍ନ ନେବା ଦରକାର, ପାରିଶ୍ରମିକ ଟଙ୍କା ଠିକ୍‌ ସମୟରେ ଦେବା କିନ୍ତୁ ତାହା ସେ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଉମଧ୍ୟ ନିଜ ସମ୍ପର୍କୀୟ ମାନଙ୍କୁ ବିନା ପରିଶ୍ରମରେ ଜବ କାର୍ଡ ଆଣୁଛି ବୋଲି ଗ୍ରାମବାସୀ କହିଛନ୍ତି । ତାହାର କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୁଷ୍ଟ ହୋଇ ତାଙ୍କୁ ବହିଷ୍କାର ଦାବିରେ ବେଲପଡା ବ୍ଳକ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହି ଦାବି ପ୍ରଦାନ ବେଳେ ସତ୍ୟବାନ୍‌ ପୋଢ,ପ୍ରଶାନ୍ତ ମଲ୍ଲିକ, ବିଶ୍ୱାମିତ୍ର ନାଏକ,ନୀଳମଣି ମାଝୀ, ରାଜେନ୍ଦ୍ର ମାଝୀ, କଳାକୃଷ୍ଣ ସୁନା, ମହେନ୍ଦ୍ର ମାଝୀ, ସୁବାସ ଚନ୍ଦ୍ର ମାଝୀ, ଗୁରୁଦେବ ମାଝୀ, ନବିନ୍‌ ମହାକୁଡ ପ୍ରମୁଖ ଗ୍ରାମବାସୀଙ୍କ ଉପସ୍ଥିତିରେ ତଦନ୍ତ କରି ଗାଁ ସାଥି କୁ ବହିଷ୍କାର ନ କଲେ ଆଗାମୀ ଦିନରେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =