ପୁରୀ : ମହାପ୍ରଭୁଙ୍କ ର ପ୍ରଥମ ଦିନର ଆଡପ ଅବଢ଼ା ବାହାରିଛି । କିଭଳି ଭକ୍ତ ମାନେ ଆନନ୍ଦ ଓ ସୁରୁଖୁରୁରେ ଆଡପ ଅବଢ଼ା ପାଇବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗୁଣ୍ଡିଚା ମନ୍ଦିର ର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଁଣ୍ଟର ରହିଛି। ଭକ୍ତ ମାନେ ଆସି ଟୋକନ କାଟି ସଠିକ ମୂଲ୍ୟ ରେ ଅବଢ଼ା ନେଇ ଫେରୁଛନ୍ତି। ତେବେ ଏହି ବ୍ୟବସ୍ଥା କୁ ପ୍ରଶଂସା କରିଛନ୍ତି ଭକ୍ତ। ଖୁବ କମ ସମୟ ରେ ସଠିକ ମୂଲ୍ୟ ଓ ପରିମାଣ ଅବଢ଼ା ସେମାନେ ପାଇ ପାରୁଥିବା କହିଛନ୍ତି। ତେବେ କୋଭିଡ କଟକଣା ହେତୁ ଆଡପ ମଣ୍ଡପ ରେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତ।