ଆଜି ଆସିପାରେ ନୂଆ ଗାଇଡଲାଇନ, ଏହି ୫ ଜିଲ୍ଲାରେ ରହିପାରେ କଟକଣା

0 146

ଭୁବନେଶ୍ୱର : ଶୁକ୍ରବାର ସରୁଛି ଆଂଶିକ ଲକଡାଉନ୍ । ଗୁରୁବାର ରାଜ୍ୟ ସରକାର ଘୋଷଣା କରିପାରନ୍ତି ନୂଆ ଗାଇଡଲାଇନ୍ । ତେବେ କ’ଣ ହେବ ନୂଆ ଗାଇଡ୍ ଲାଇନର ରୂପରେଖ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । ପୂର୍ବଭଳି ପଜିଟିଭିଟି ରେଟ୍ ଆଧାରରେ ଏ, ବି ଫର୍ମୁଲା ଆପଣାଇବେ କି ସରକାର ? ଏମିତି ହେଲେ ୫ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଅନଲକ୍ ହୋରଇପାରେ ୨୫ ଜିଲ୍ଲା । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି । ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାରୁ ନିଳାଦ୍ରୀ ବିଜେ ପରେ କଟକଣାମୁକ୍ତ କରିବାକୁ ଚିନ୍ତା କରିପାରନ୍ତି ସରକାର । ତେବେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇଟି ଜିଲ୍ଲା । ସେହିଭଳି ବାଲେଶ୍ବର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଗଲା ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ ଢ଼େର୍ କମିଛି । ଜୁଲାଇ ୧ରେ ପଜିଟିଭିଟି ରେଟ୍ ୪.୧୭ ଥିବା ବେଳେ ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ୨.୯୯ ପ୍ରତିଶତରେ ପହଞ୍ଚିଛି । ଟିପିଆର ଅଧିକ ରହୁଥିବାରୁ ବର୍ତ୍ତମାନ ସ୍ଥିତିରେ ଏହି ୫ଜିଲ୍ଲାରେ କଟକଣା କୋହଳ କରି ନପାରନ୍ତି ସରକାର । ପୂର୍ବଭଳି ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍, ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ତେବେ ଦୋକାନ ଖୋଲିବା ସମୟକୁ ଆଉ ଟିକେ ବଢ଼ାଇପାରନ୍ତି ସରକାର । କେସ୍ ଲୋଡ୍, ପଜିଟିଭ୍ ରେଟ୍, କୋଭିଡ୍ ଗାଇଡ୍ଲାଇନ୍ ଅନୁପାଳନକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

hiranchal ad1
Leave A Reply

Your email address will not be published.

two − one =