ରାୟଗଡ ଜିଲ୍ଳା ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

0 57

ରାୟଗଡ: ମହାମାରୀ କରୋନ ସଂଙ୍କଟ ସମୟରେ ରାଜ୍ୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଯେମିତି ଦେଖାନଯାଏ ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା-ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରଗୁଡିକ ଆୟୋଜନ କରାଯାଇ ରକ୍ତର ଅଭାବୀକୁ ଦୂର କରାଯାଇପାରୁଛି । ଏହି କ୍ରମରେମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ପାଳନ କରିବାକୁ ଯାଇ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ଼ ବିଦ୍ୟାଳୟ ନିକଟସ୍ଥ ଦୁର୍ଗା ମଣ୍ଡପ ହଲ୍‌ ଠାରେ ଓଡିଶା-ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ରାୟଗଡ ଜିଲ୍ଳା ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିିବିରରେ ୬୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବାରୁ ୬୧ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା ।

hiring

ବିଜୁ ମହିଳା ଜନତା ଦଳ ରାୟଗଡ ଜିଲ୍ଳା ସଭାନେତ୍ରୀ ଅନୁସୂୟା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଏହି ଶିିବିରର ଶୁଭ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିପାରୁଥିବାରୁ ଅନ୍ୟମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ ଏବଂ ଯୁବପିଢୀ ଏଥିରେ ବହୁମାତ୍ରାରେ ସାମିଲ ହେବାକୁ ଶ୍ରୀ ରାଓ ଆହ୍ୱାନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ଲାଲବିହାରୀ ହିମିରିକା, ଜିଲ୍ଳା ପରିଷଦ ସଦସ୍ୟ ପି.ଗଙ୍ଗାଧର ପୁଆଲା, ରାଜ୍ୟ ବିଜୁ କୃଷକ ଜନତା ଦଳ ସଂପାଦକ ବି.ତିରୁପତି, ଓଡିଶା ମୋ ପରିବାର-ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜିଲ୍ଳା ସଂଯୋଜକ ବିନାୟକ କର, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଂପାଦକ ଅବିନାଶ ବିଶୋଇ,ଜିଲ୍ଳା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଉଦୟ ହିମିରିକା, ବିଜୁ ଯୁବ ଜନତା ଦଳ ରାୟଗଡ ନଗର ସଭାପତି ଏମ.କିରଣ, ବିଜେଡି ନଗର ସଭାପତି ସତ୍ୟସୁନ୍ଦର ପାଢୀଙ୍କ ସମେତ ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − nine =