ବିଭିନ୍ନ ଦରବୃଦ୍ଧି ଓ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ

0 59

ବ୍ରହ୍ମପୁର : ବିଦ୍ୟୁତ ଦର ବୃଦ୍ଧି , ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଟାଟା ପାୱାର କର୍ପୋରେଟ ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ସମ୍ମୁଖରେ ଓଡିଶା ସରକାର ବିଦ୍ୟୁତ୍‌ ବଂଟନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜିଲ୍ଲା ବି.ଜେ.ପି ଗଞ୍ଜାମ ପକ୍ଷରୁ ଧାରଣା ଦେଇଥିଲେ ।ବିଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀ ମାନଙ୍କୁ ବିଦ୍ୟୁତ୍‌ ବଂଟନ ଦାୟିତ୍ୱ ଦେଇ ଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଏହି ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ବିଦ୍ୟୁତ୍‌ କ୍ଷେତ୍ରରେ ଯେତେ ପ୍ରକାର କ୍ଷତି ଓ ଅହେତୁକ ଲାଭକୁ ଭରଣା କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କର ବୃଦ୍ଧି ଘଟାଇ ଉପଭୋକ୍ତାମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ଏବେ କରୋନା ସମୟରେ ଜନସାଧାରଣଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ରାଜ୍ୟ ସରକାର ବେଆଇନ ଓ ବିନା ବିଚାରରେ ଏହି ଅହେତୁକ ବିଦ୍ୟୁତ୍‌ ଶୁଳ୍କର ବୋଝ ଲଦି ଦେଇଛନ୍ତି । ଏହି ପରି ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲା ବି.ଜେ.ପି ପକ୍ଷରୁ ଟିପିଏସ ( ଟାଟା ପାୱାର କର୍ପୋରେଟ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ) ବ୍ରହ୍ମପୁରଠାରେ ପ୍ରତିବାଦ ଓ ବିକ୍ଷୋଭ କରି ମାହାମହିମ ରାଜ୍ୟପାଳଙ୍କ ପାଖକୁ ସି.ଇ. ଓ ଟାଟା ପାୱାର ଏଲଟିଡି ଜରିଆରେ ଦାବୀପତ୍ର ପ୍ରେରଣ କରିଛନ୍ତି । ଯାହାକି ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କ ପ୍ରତ୍ୟାହାର କରାଯାଉ ଏବଂ ବେଆଇନ୍‌ ଭାବେ ପ୍ରଥମ ୧୦୦ ୟୁନିଟକୁ (୫୦ +୫୦) ଦୁଇଟି ସ୍ଲାବକରି ଗରିବ ଲୋକମାନଙ୍କୁ ଆଶାତୀତ ଶୁଳ୍କ ଦେବାକୁ ବାଧ୍ୟ କରାଯାଇଛି ତା’ର ପରିବର୍ତ୍ତନ କରି ୧ରୁ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ ହେଉ ,ବିଦ୍ୟୁତ୍‌ ବଂଟନରେ ଗ୍ରାମାଂଚଳ ପ୍ରତି ସଂପୂର୍ଣ୍ଣ ଅବିଚାର କରାଯାଉଛି । ରାଜ୍ୟର ଅଧିକାଂଶ ଅଂଚଳରେ ଲୋଭୋଲଟେଜ୍‌ ଆସୁନଥିବାରୁ ପିଲାମାନେ ପାଠ ପଠପଢାରେ ସମସ୍ୟା ସୃଷ୍ଟି ହେଉଛି । ଏଣୁ ବିଦ୍ୟୁତ୍‌ ସରବରାହରେ ସଠିକ୍‌ ଭୋଲଟେଜ୍‌ ଯୋଗାଇବାର ବ୍ୟବସ୍ଥା କରିବା, ଅଘୋଷିତ ବିଜୁଳି କାଟକୁ ବନ୍ଦକରି ସଂପୂର୍ଣ୍ଣ ରାଜ୍ୟକୁ ୨୪ ଘଂଟିଆ ବିଜୁଳି ଯୋଗାଇ ଦିଆଯିବା, କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍‌ ଦେୟରେ ସବ୍‌ସିଡି ଦିଆଯିବା , ପୁରୁଣା ବକେୟା ଦେୟ ଓ ବିଦ୍ୟୁତ୍‌ ଉପଭୋକ୍ତାମାନେ ଠିକ୍‌ ସମୟରେ ଶୁଳ୍କ ପୈଠ କରି ନପାରିଲେ ତାଙ୍କ ଉପରେ ଯେପରି ଜୋର୍‌ ଜୁଲମ୍‌ କରାଯାଉଛି ଏବଂ ସମୟ ନଦେଇ ଅବିଳମ୍ବେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଛି, ସେଥିରେ କୋହଳ କରାଯିବା, ବାତ୍ୟା ପ୍ରବଣ ଅଂଚଳ ଭାବେ ପରିଚିତ ବ୍ରହ୍ମପୁର ସହର ରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯିବା, ବିପଦ ସଙ୍କୁଳ ଭାବେ ଥିବା ଟ୍ରାନ୍ସଫରମର୍‌ ଗୁଡିକରେ ବାଉଣ୍ଡ୍ରି ୱାଲ୍‌ କରାଯିବା, ଫ୍ୟୁଜ କଲ୍‌ ସେଂଟର ରେ ଥିବା ଅଭିଯୋଗ ଫୋନ ଗୁଡିକ ଅଚଳାବସ୍ଥା ରେ ରହୁଛି ଏଣୁ ଏହାକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବା ଭଳି ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ପରିଚାଳଣା କରିଥିବା ବେଳେ ଅତିଥୀ ଭାବେ ଜିଲ୍ଲା ସଭାପତି ବିଭୂତି ଭୁଷଣ ଜେନା,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର , ସରୋଜ ସାବତ, ମନୋରଞ୍ଜନ ଦ୍ୟାନସାମନ୍ତାରା, ମହନ୍ତ ଚିନ୍ମୟାନନ୍ଦ, ଏସ୍‌ ରାଣୀ,ଏଲ୍‌ ମୋହନ ଦାସ, ନମିତା ରାଣୀ ପଣ୍ଡା , ସୁବାଷିନୀ ପଟ୍ଟନାୟକ, ପ୍ରଭାତ କିରଣ ଷଢଙ୍ଗୀ, ଗଙ୍ଗାଧର ଶତପଥୀ , ରାଜେଶ ସାହୁ, ମନୋଜ ପଟ୍ଟନାୟକ, ରାମ ପାତ୍ର ,ମୁନ୍ନା ସାମନ୍ତରା, ପ୍ରଦୀପ ଶତପଥୀ, ଶରତ ସାହୁ, ମିନା ଦ୍ୟାନସାମନ୍ତରା, ସୁଶିଳା ମଲ୍ଲିକ, କେ ଟୁଙ୍ଗୁରୁ ପାତ୍ର , ସୁରେଶ ସାହୁ, ମଧୁସୂଦନ ସାହୁ, ବିଜୟ ଗୋପାଳ, ସନ୍ତୋଷ ପାଣିଗ୍ରାହୀ, ସରୋଜ ପାତ୍ର, ବିଜୟ ସାହୁ , ସତ୍ୟ ବସନ୍ତିଆ,ଶିବ ନାୟକ, ଅମୁଲ୍ୟ ଚୈଧୁରୀ, ସୁନିଲ୍‌ ସାହୁ, ରାଜୀବ କୁମାର ମିଶ୍ର , ଶିବ ପ୍ରସାଦ ପାତ୍ର, କିରଣ ସାହୁ,ସରୋଜ ଦାସ, ଡ ସୁବାଷ ସାହୁ, ନିଳାଂଚଳ ପଣ୍ଡା,ଶିବ ଅଧିକାରୀ ,ଭିମ ସେନ୍‌ ବେହେରା, ରେଣୁକେସ୍ୱର ରାଓ, ଶିବ ପାତ୍ର, ସନତ ନାୟକ, ସୁନିଲ୍‌ ପାତ୍ର, ଅହିଂଶା ସାହୁ, ବିଷ୍ନୁ ସୁବୁଦ୍ଧି, ପ୍ରବୀର ପାତ୍ର, ସନ୍ତୋଷ ସାହୁ, ମାଲି ସାହୁ , ଅଜିତ ପାତ୍ର,ବିକେଶ ପାଣିଗ୍ରାହୀ, ଜଗଦୀସ ପ୍ରଧାନଙ୍କ ସହୁ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

17 − eleven =