କ.ନୂଆଗାଁ ବ୍ଲକରେ ସ୍ୱାସ୍ଥ୍ୟ ଶିବିର

0 88

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରାଯାଇ ସଚେତନତା ସହ ଔଷଧ ବଣ୍ଟନ କରାଯାଇଛି । ବ୍ଲକର ସାଇନ୍‌ ପଡା ପଞ୍ଚାୟତ ଦୁର୍ଗମ ଗ୍ରାମ ରଣ୍ଡାବାଲିରେ ଡାକ୍ତର ଟିମ୍‌ ପାହଡ ଚଢି ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ରୋଗର ଉପଚାର, ମ୍ୟାଲେରିଆ ନିରାକରଣ, କରୋନା ରୋଗ ଉପରେ ସଚେତନ କରିଥିଲେ । ଉକ୍ତ ଶିବିରକୁ ମ୍ୟାଲେରିଆ ଟେକ୍ନେସିଆନ ସୁପର ସାଇଜର ସଂଯୋଜନା କରିଥିବା ବେଳେ ଏମଏଚୟୁ ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ, ଫାର୍ମାସିଷ୍ଟ ସରୋଜ ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ପ୍ରଧାନ,ମହିଳା କର୍ମୀ ଫେମିଦା ଖାଟୁନ ଓ ଅଙ୍ଗନବାଡ଼ି କର୍ମୀ ଆଶାକର୍ମୀ ପ୍ରମୁଖ ଯୋଗ ଦେଇ ଚିକିତ୍ସା, ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − 1 =