ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ୬ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ

0 96

କଣ୍ଟାବାଞ୍ଜି,୧୫/୭ – କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦ ଓ ପ୍ରତ୍ୟାହାର ରେ କଣ୍ଟାବାଞ୍ଜି ସହ ତୁରିକେଲାରେ ସି. ପି. ଆଇ ଦଳ ତରଫରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦେଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଛି । କେନ୍ଦ୍ର ସରକାରଙ୍କ ଖାଦ୍ୟସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି ଯୋଗୁଁ ଖଟିଖିଆ, ମଜୁରୀଆ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ନାହିଁନଥିବା କଷ୍ଟ ଭୋଗୁଛନ୍ତି । କେନ୍ଦ୍ରସରକାରଙ୍କ ଏହି ନୀତିକୁ ମାରଣ ନୀତି ବୋଲି ସିପିଆଇ ସମାଲୋଚନା କରିବାସହ ଦରବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି କରିଛି । ସିପିଆଇ ସମ୍ପାଦକ ଗଭୀର ଭୋଇ , ଇନ୍ଧନ ଦରବୃଦ୍ଧିକୁ ପ୍ରତ୍ୟାହାର କରିବା ସଙ୍ଗେସଙ୍ଗେ ଗରିବ ପରିବାର ପାଇଁ ବର୍ଷରେ ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ପାଇଁ ଦାବି କରିଛନ୍ତି । ଏହି ବନ୍ଦ ଡାକରାରେ ୬ଘଣ୍ଟା ପାଇଁ ସହରର ଦୋକାନ, ବଜାର, ଯାନବାହାନ ବନ୍ଦ ରଖାଯାଇଥିଲା । ଅତ୍ୟାବଶକୀୟ ସେବାକୁ ଏହି ବନ୍ଦରୁ ମୁକ୍ତ ରଖା ଯାଇଥିଲା । ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ପୁଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

6 + six =