ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସଂଗଠନ ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ପୁରୀ ବାଇପାସ ରାସ୍ତାରେ ଚାରା ରୋପଣ କରାଯାଇଥିଲା ଏବଂ ନିକଟସ୍ଥ ଗଙ୍ଗୁଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାଙ୍କୁ ଖାଦ୍ୟ ପୁଡ଼ିଆ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଦି, ଗ୍ରାମଦ୍ୟୋଗ ବୋର୍ଡ଼ ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋ ପରିବାର ଜୀବନ ବିନ୍ଦୁ ର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଓ ପଳାଶୁଣି ଗ୍ରାମ୍ୟ କମିଟି ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ପରିଡା ଯୋଗଦେଇ ଚାରା ରୋପଣ କରିବା ସହ ପିଲାମାନଙ୍କୁ ଖାଦ୍ୟ ପୁଡ଼ିଆ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ।
ଗତ ବର୍ଷ ତାଲା ବନ୍ଦ ସମୟରେ ଏହି ସଙ୍ଗଠନ ଆରମ୍ଭ କରାଯାଇଥିଲା ଏବଂ ଆଜିକୁ ୫୪ ସପ୍ତାହ ହେଲା ନିରନ୍ତର ଭାବେ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟାରେ ବୁଲା ଗାଈଗୋରୁ, ଷଣ୍ଢ ଓ କୁକୁର ମାନଙ୍କୁ ଏହି ସଙ୍ଗଠନ ଖାଦ୍ୟ ବଣ୍ଟନ କରିବା ସହ ରାତ୍ରି କାଳୀନ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ଗାଈଗୋରୁ ଓ ଷଣ୍ଢ ମାନଙ୍କ ସିଙ୍ଗ ରେ ଲାଲ ରେଡ଼ିଅମ ଷ୍ଟିକର ଲଗାଇବା ସହ ବର୍ଷ ତମାମ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର, ଚାରା ରୋପଣ, ମହିଳା ଓ ଶିଶୁ କଲ୍ୟାଣ, ସ୍ୱଚ୍ଛତା ଏବଂ ନାନାଦି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସଫଳତାର ସହିତ କରିଛି ବୋଲି ସଙ୍ଗଠନ ର ପ୍ରତିଷ୍ଠାତା ସଦାଶିବ ଜେନା କହିଛନ୍ତି।
ଆଜିର କାର୍ଯ୍ୟକ୍ରମ ରେ ସଂଗଠନ ର ଉପସଭାପତି ଅମରେନ୍ଦ୍ର ଗରାବଡୁ, ସୌମ୍ୟ ରଞ୍ଜନ ପ୍ରଧାନ, ସୁଶୀଲକାନ୍ତ ପ୍ରଧାନ ,ସାଧାରଣ ସମ୍ପାଦକ ସାର୍ଥକ ପରିଡା ଙ୍କ ସମେତ ସହ ସମ୍ପାଦକ ତୁଷାର ରଞ୍ଜନ ବେହେରା ଓ ସଙ୍ଗଠନ ର ଶୁଭେଚ୍ଛୁ ଦିନେସ ରଂଜନ ନାୟକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post