ରାୟଗଡରେ ଓଡିଶା ବନ୍ଦ ଡାକରାକୁ ରାୟଗଡ ଜିଲ୍ଳା କଂଗ୍ରେସ ଓ ଆପ୍‌ ଦଳର ସମର୍ଥନ

0 63

ରାୟଗଡ,୧୫/୭: ଡିଜେଲ,ପେଟ୍ରୋଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ଆଜି ସକାଳ ୬ଘଂଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଓଡିଶା ରାଜ୍ୟ କାଉନସିଲ,ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ), ଓଡିଶା ରାଜ୍ୟ କମିଟି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ,ଓଡିଶା ରାଜ୍ୟ କମିଟି ଓ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ-ଲେଲିନବାଦ) ଲିବରସେନ୍‌ ଓଡିଶା ରାଜ୍ୟ କମିଟି ବାମଦଳ ପକ୍ଷରୁ ୬ଘଂଟିଆ ଓଡିଶା ବନ୍ଦ ଡାକାରା ଦିଆଯାଇଥିଲା । ଏହି ଓଡିଶା ବନ୍ଦ ଡାକାରାକୁ ରାୟଗଡ ଜିଲ୍ଳା କଂଗ୍ରେସ କମିଟି ଓ ଆମ ଆଦମୀ ପାର୍ଟି ତରଫରୁ ସମର୍ଥନ ଜଣାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲ ଅବକାରୀ ଶୁଳ୍କ ଓ ଭାଟ୍‌ ଟିକସ ହ୍ରାସ କରି ଦର କମାଇବା,ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା,କଳାବଜାରୀ ଓ ମହଜୁଦକାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦କେଜି ଚାଉଳ/ଗହମ,ଖାଇବା ତେଲ, ଡାଲି, ଚିନି, ଚା ଗୁଣ୍ଡ ଇତ୍ୟାଦି ରାସନ୍‌ କିଟ୍‌ ମାଗଣାରେ ଯୋଗାଇବା, ଆୟକର ଦେଉ ନ ଥିବା ସମସ୍ତ ପରିବାରକୁ ମାସିକ ୭୫୦୦ଟଙ୍କା ଆସନ୍ତା ୬ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଆଦି ଦାବି ନେଇ ଏହି ଓଡିଶା ବନ୍ଦ ଡାକାରା ଦିଆଯାଇଥିବା ନେଇ ରାୟଗଡ ଜିଲ୍ଳା ଶାଖା ବାମଦଳଗୁଡିକ ପକ୍ଷରୁ ବନ୍ଦ ଡାକାରାକୁ ସଫଳ କରାଯିବା ପାଇଁ ରାସ୍ତା ଅବରୋଧଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ କରାଯାଇଥିଲା । ତେବେ ରାୟଗଡ ସହରରେ ଅଧିକାଂଶ ଦୋକାନ ବଜାର ଖୋଲାଥିବା ବେଳେ ସ୍ଥାନୀୟ କପିଳାସ ଛକ ୩୨୬ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍‌ରେ ବାମଦଳଗୁଡିକ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବାରୁ ରାଜରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ବାମଦଳର କର୍ମୀମାନେ ପିକେଟିଂ କରି ସହରରେ ଖୋଲାଯାଇଥିବା ଦୋକାନ ଗୁଡିକୁ ବନ୍ଦ କରୁଥିବା ଦେଖିବାକୁ ମିିଳିଥିଲା । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଶତକଡା ୨୫୮ଭାଗ ଏବଂ ଡିଜେଲ ଉପରେ ଶତକଡା ୮୨୦ଭାଗ ଅବକାରୀ ଶୁଳ୍କ ବୃଦ୍ଧି କରିବା ଏବଂ ରାଜ୍ୟ ସରକାର ପେଟ୍ରୋଲ ଉପରେ ଶତକଡା ୩୨ଭାଗ ଏବଂ ଡିଜେଲ ଉପରେ ଶତକଡା ୨୮ଭାଗ ଟିକସ ବୃଦ୍ଧି କରିଛନ୍ତି । ରନ୍ଧନ ଗ୍ୟାସ ଦର ମଧ୍ୟ ୩୦୦ରୁ ୯୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ଅନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ଗରୀବ ଓ ମଧ୍ୟବିତ ପରିବାରଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ କରିବା ସଦୃଶ ହୋଇଛି ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଥିଲେ । ଆଜିର ଏହି ଓଡିଶା ବନ୍ଦ ଡାକରା ଜିଲ୍ଳାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡ ସହରରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ-ଲେଲିନବାଦ)ଲିବରସେନର ମୂର୍ତି ମିଡିଆକା,ଅର୍ଚ୍ଚନା ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ଗୁଣପୁର ଠାରେ ସିପିଆଇ (ଏମଏଲ)ଲିବରସେନର ଜିଲ୍ଳା ସଂପାଦକ ତ୍ରିପତି ଗମାଙ୍ଗ,ଦାମୋଦର ଶବର,ଗୋପ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ରାୟଗଡରେ ସିପିଆଇ (ଏମ୍‌)ର ଜିଲ୍ଳା ସଭାପତି ୋରା କଣ୍ଡାଗରୀଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିବା ବେଳେ ଓଡିଶା ବନ୍ଦକୁ ସମର୍ଥନ ଜଣାଇଥିବା ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ଆପ୍‌ ଦଳର ଜିଲ୍ଳା ଆବାହକ ତଥା ରାଜ୍ୟ ସଂପାଦକ ଜନ୍ମେଜୟ ସ୍ୱାଇଁ ଏବଂ ତାଙ୍କ ଦଳର ଅନେକ କର୍ମୀମାନେ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଳାଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 18 =