ବୌଦ୍ଧ: ଲାଞ୍ଚନେଇ ଭିଜିଲାନସ ହାତରେ ଧରାପଡିଲେ ଦହ୍ୟା ଆରଆଇ

0 1,971

ବୌଦ୍ଧ,୧୬/୭- ବୌଦ୍ଧଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଦହ୍ୟା ଆରଆଇ ସର୍କିଲର ଆରଆଇ ଗଜେନ୍ଦ୍ର ଦିଗାଲ ଆଜି ଲାଞ୍ଚନେଇ ଭିଜିଲାନସ ହାତରେ ଧରାପଡିଛନ୍ତି । ଘରଡିହ ମାପ ପାଇଁ ୧୫ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ଶ୍ରୀ ଦିଗାଲ ଧରାପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ପୁଡୁଗପଥର ଗ୍ରାମର ସୁଶାନ୍ତ ଥାଟ୍ଟୀଙ୍କ ବାପାଙ୍କ ନାମରେ ଥିବା ଘରଡିହ ମାପପାଇଁ ଦୀର୍ଘଦିନ ହେଲା ଆରଆଇ ହଇରାଣ କରି ଲାଞ୍ଚ ମାଗୁଥିବା ନେଇ ସେ ବୌଦ୍ଧ ଭିଜିଲାନସ ବିଭାଗରେ ଅଭିଯୋଗ କରିଥିଲେ ।

hiring

ଆଜି ବୌଦ୍ଧ ଭିଜିଲାନସ ବିଭାଗ ଡିଏସପି ଅରୁଣ ନାୟକଙ୍କ ନେତୃତ୍ୱରେ ଏଏସଆଇ ନରେନ୍ଦ୍ର ନାୟକ, ପୋଲସ୍ତି ଛତ୍ରିଆ, ସୁବୋଧ ମିଶ୍ର, କନେଷ୍ଟବଳ ସନ୍ତୋଷ କୁମାର ସାହୁ, ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ଅଭିଯୁକ୍ତ ଆରଆଇଙ୍କୁ ଗୁଦଗୁଦା ନିକଟସ୍ଥ ଏକ ଢାବା ନିକଟରେ ରସାୟନ ପ୍ରଲେପ ଦିଆଯାଇଥିବା ଟଙ୍କାସହ କାବୁ କରିଥିଲେ । ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଆରଆଇ ଶ୍ରୀ ଦିଗାଲ ପୂର୍ବରୁ ମଧ୍ୟ ଭିଜିଲାନସ ହାତରେ ଲାଞ୍ଚନେଇ ଧରାପଡିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 + thirteen =