ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ତ କ୍ରସରକୁ ବନ୍ଦ କରିବା ନେଇ ପୂର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ ହୋଇଆସୁଥିବାବେଳେ ଆଜି ଖରଭୂଇଁ ଠାରେ ଗ୍ରାମ୍ୟକମିଟିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ଉପଜିଲ୍ଲାପାଳ ଅଶ୍ୱିନୀ ମେହେର ,ତହସିଲଦାର ଶମ୍ଭୁୁପ୍ରସାଦ ମିଶ୍ର, ବିଡିଓ ନୀଳକଣ୍ଠ ବେହେରା, ଅତିରିକ୍ତ ତହସିଲଦାର ହରିଓମ୍ ଭୋଇ ,ସରପଞ୍ଚ ଛତ୍ରଙ୍ଗ ଶୁଶିଲ୍ ପ୍ରଧାନଙ୍କ ସହ ୯ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ଉପସ୍ଥିତିରେ ରହି ଗ୍ରାମରେ କ୍ରସର ଏବଂ ପଥରକ୍ୱାରୀ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ମାତ୍ର ଗ୍ରାମବାସୀ ଗ୍ରାମର ଚାଷବାସ ଜୀବନ ଜୀବିକା ଏବଂ ପରିବେଶର ସୁରକ୍ଷା ଦୃଷ୍ଟିରୁ କ୍ରସର ହଟାଇବା ଜିଦରେ ଅଟଳ ରହିଲେ । ପରିଶେଷରେ ଗ୍ରାମବାସୀଙ୍କୁ କ୍ରସର ପରିଚାଳନା ପଥରକ୍ୱାରୀ ପରିଚାଳନା ଏବଂ ବ୍ଲାଷ୍ଟିଂ ଜନିତ ଆଇନର ଓଡିଆ କପି ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ପ୍ରଦାନ ପାଇଁ ସହମତି ପ୍ରଦାନ କରିଥିଲା । ଆଇନର ଓଡିଆ ଅନୁବାଦ ପାଇଲା ପରେ ଗ୍ରାମ୍ୟକମିଟି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।