ଟଙ୍କା ପାଇଁ ତାତିଲେ କଣ୍ଟାମାଳ ଚାଷୀ: ତହସିଲ ବାରଣ୍ଡାରେ ଦେଲେ ଧାରଣା

0 232

କଣ୍ଟାମାଳ,୧୬/୭- କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କରୁଥିବା ବିଭିନ୍ନ ଯୋଜନା ନେଇ ଡିଣ୍ଡିମ ପିଟୁଥିବା ବେଳେ ବୀମା କମ୍ପାନୀ ପ୍ରଦାନ କରିଥିବା ବୀମା ରାଶି ଦୀର୍ଘ ୬ ବର୍ଷ ହେଲା ଆସି କଣ୍ଟାମାଳ ସେବା ସମବାୟ ସମିତିରେ ଗଚ୍ଛିତ ରହିଥିଲେ ହେଁ ଚାଷୀଙ୍କୁ ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଗତ ଏକ ମାସ ହେଲା ଶତାଧିକ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇଁ ସେବା ସମବାୟ ସମିତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ, ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ସେମାନଙ୍କୁ ଏହି ଅର୍ଥ ରାଶି ମିଳିନଥିବା ହେତୁ ଆଜି ଚାଷୀ କଣ୍ଟାମାଳ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ ଚାଷୀଙ୍କ ବୀମା ଛାଡ ଅର୍ଥ ରାଶି ବାବଦକୁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି ଅଧିନରେ ରହୁଥିବା ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ବୀମା ରାଶି ପାଇଁ ଚାଷୀମାନେ ଗତ ଜୁନ ୧୮ ତାରିଖ ଦିନ ଏ ନେଇ କଣ୍ଟାମାଳ ସେବା ସମବାୟ ସମିତି ସଂପାଦକ ଙ୍କୁ ଅବଗତ କରିଥିଲେ ମାତ୍ର ସଂପାଦକ ନୂଆ ଭାବେ ଦାୟୀତ୍ୱ ଗ୍ରହଣ କରିଥିବାରୁ ମୁଁ ଏବିଷୟରେ ଅବଗତ ନୁହଁ ବୋଲି କହିଥିଲେ । ଚାଷୀ ମାନଙ୍କ ଅସନ୍ତୋଷ ଦେଖି ସ୍ଥାନୀୟ ପୋଲିସ ଘଟଣାର ହସ୍ତକ୍ଷେପ କରି ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଘଟଣାର ସତ୍ୟାସତ ପାଇଁ ବୌଦ୍ଧସ୍ଥିତ ଉପ ନିବନ୍ଧକ ଗତ ୨୫ ତାରିଖରେ କଣ୍ଟାମାଳ ଆସି କଡା ସୁରକ୍ଷା ମଧ୍ୟରେ ଘଟଣାର ତଦନ୍ତ କରି ଫେରିଥିଲେ ।

hiring

ତଦନ୍ତ ପରେ ଚାଷୀଙ୍କୁ ସେମାନଙ୍କ ବୀମା ରାଶି ୬ ବର୍ଷର ସୁଧ ସହିତ ପ୍ରଦାନ କରାଯିବ ବୋଲି ଉପନିବନ୍ଧକ କହିଥିଲେ ହେଁ ତଦନ୍ତର ୩ ସପ୍ତାହ ପରେ ବି ଅର୍ଥ ରାଶି ନମିଳିବାରୁ ଆଜି ଚାଷୀ ବାଧ୍ୟ ହୋଇ କଣ୍ଟାମାଳ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀଙ୍କ ଅଭିଯୋଗ ରାଶି ଯଦି ବ୍ୟାଙ୍କରେ ଜମା ହୋଇଛି ତାହା ହେଲେ ବଣ୍ଟନ କରିବାରେ ଅସୁବିଧା କଣ ? ଏହି ରାଶିକୁ କୁଆଡେ ସେବା ସମବାୟ ସିମତି ନିଜ ବ୍ୟବସାୟରେ ବିନିଯୋଗ କରିଛି କିମ୍ବା ଆତ୍ମସାତ କରିଛି ଯଦ୍ୱାରା ପ୍ରଦାନ କରିବାରେ ଦିନ ପରେ ଦିନ ଗଡାଇ ଚାଲିଛି । କଣ୍ଟାମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଚାଷୀଙ୍କ ସମସ୍ୟା ଅବଗତ ହେବା ପରେ ବୌଦ୍ଧ ଉପ ନିବନ୍ଧକ ଓ ପ୍ରଶାସକଙ୍କ ସହ କଥା ହୋଇ ସେମାନଙ୍କ ବକେୟା ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଧାରଣାରୁ ଓହରି ଯାଇଥିଲେ । ପ୍ରତିଶୃତି ମୁତାବକ ସାତ ଦିନ ମଧ୍ୟରେ ବୀମା ରାଶି ଚାଷୀଙ୍କୁ ନିମିଳିଲେ ଚାଷୀ ବାଧ୍ୟ ହାଇ ସେବା ସମବାୟ ସିମତିରେ ତାଲା ପକାଇବା ସହ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚାଷୀ ନେତା ରବି ସାହୁ, ଡମ୍ବରୁ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − two =