ଘୁ.ଉଦୟଗିରି,୧୭/୭ – କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଛି ପୋଷ୍ଟାଲ ବିଭାଗ।ଏହି ବିଭାଗରେ ସମସ୍ତ କାର୍ଯ୍ୟ ହୁଏ।ଜୀବନବୀମା ମଧ୍ୟ ହୋଇଥାଏ।ଗ୍ରାମାଞ୍ଚଳର ଗରିବ ଲୋକ ସ୍ୱଳ୍ପ ଆୟରେ ନିଜ ନିଜ ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଆର ପି ଏଲ ଆଇ(ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ) କରି ମାସିକ କିସ୍ତି ଟଙ୍କା ଜମା କରିଥାନ୍ତି ମୃତ୍ୟୁ ପରେ ନିଜ ପରିବାର କିଛି ଟଙ୍କା ପାଇବା ଆଶାରେ।ହେଲେ ଏହି ଯୋଜନାରେ ଜୀବନ ବୀମା କରି ମୃତ୍ୟୁ ପରେ ଦୀର୍ଘ ବର୍ଷ ଦୌଡ଼ିଲେ ମଧ୍ୟ ବୀମା ବାବଦ ରାଶି ମିଳୁନଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ସିତାପାଙ୍ଗା ଗ୍ରାମର ଶୁଭ୍ରାଞ୍ଜଳି ମଲିକ(୩୪) କେନ୍ଦ୍ର ସରକାରଙ୍କ ଆର ପି ଏଲ ଆଇ ଯୋଜନାରେ ଗଦଗୁଡା ପୋଷ୍ଟ ଅଫିସ ରେ ନିଜ ନାମରେ ଏକ ଲକ୍ଷ ଟଙ୍କାର ଜୀବନ ବୀମା ୩୦-୦୫-୨୦୧୫ ରିଖ ଦିନ କରି ନିୟମିତ ମାସିକ ବୀମା ରାଶି ଭରୁଥିଲେ ବୀମା ପଲିସି ନଂ ହେଲା R-OR-EA-775905।।ହେଲେ ଗତ ୮-୧୦-୨୦୧୮ରିଖରେ ତାଙ୍କର ବିୟୋଗ ହୋଇଯାଇଥିଲା।ବିୟୋଗ ପରେ ତାଙ୍କ ଭାଇ ରଣେଶ୍ୱର ମଲ୍ଲିକ ଯିଏକି ନୋମିନି ଥିଲେ ନିଜ ଭଉଣୀର ବିୟୋଗ ପରେ ବୀମା ରାଶି ନିମନ୍ତେ ଦରଖାସ୍ତ କରିବା ସହ ଯାହା ଆବଶ୍ୟକୀୟ କାଗଜ ପତ୍ର ଫୁଲବାଣୀ ମୁଖ୍ୟ ଡାକଘରେ ଥିବା ବୀମା କାର୍ଯ୍ୟାଳୟ କୁ ଯାଇ ଦାଖଲ କରିଥିଲେ।ତାପରେ ବାରମ୍ବାର ବୀମା ରାଶି ପାଇବା ନିମନ୍ତେ ଦୌଡୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ୩୦ମାସ ବିତିଲାଣି କିଛି ପ୍ରାପ୍ୟ ମିଳିନି।ଗତ ବର୍ଷ ଜିଲ୍ଲା ଡାକବିଭାଗ ପକ୍ଷରୁ ଏକ ଚିଠି ପାଇଥିଲେ ରଣେଶ୍ୱର ଯେଉଁଥିରେ କାଗଜ ପତ୍ର ପ୍ରସ୍ତୁତ କରିବା ସହ ତଦନ୍ତ କରିବାକୁ ଲେଖାଯାଇଥିଲା।ହେଲେ ଆଜି ପର୍ଯ୍ୟନ୍ତ ତଦନ୍ତ ସରୁନି କି ରଣେଶ୍ୱରଙ୍କୁ ତାଙ୍କ ଭଉଣୀ ର ବୀମା ରାଶି ମିଳୁନି।ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଲୋକ ଏହି ଯୋଜନାରେ ବୀମା କରି ବୀମାରାଶି ବାନ୍ଧୁଥିବା ବେଳେ ଶୁଭ୍ରାଞ୍ଜଳିଙ୍କ ବିୟୋଗ ପରେ ତାଙ୍କ ଭାଇଙ୍କୁ ଆଜି ପର୍ଯ୍ୟନ୍ତ ବୀମା ବାବଦ ଅର୍ଥ ନ ମିଳିବା ଯୋଗୁଁ ସାଧାରଣ ଲୋକଙ୍କ ପୋଷ୍ଟାଲ ବିଭାଗର ଏହି ବୀମା ଯୋଜନାରୁ ଆସ୍ଥା ଉଠି ଯାଇଛି।ତୁରନ୍ତ ରଣେଶ୍ୱରଙ୍କୁ ତାଙ୍କ ଭଉଣୀଙ୍କ ବୀମା ଅର୍ଥ ପୈଠ କରିବାକୁ ସାଧାରଣରେ ଦାବି ହୋଇଛି।କେନ୍ଦ୍ର ସରକାରଙ୍କ ଅଧୀନରେ ଏହି ଯୋଜନା ତା ସତ୍ୱେ ଲୋକ ଉପକୃତ ହେଉନଥିବା ଯୋଗୁଁ ଭରସା କରିପାରୁନାହାନ୍ତି ଏହି ବିଭାଗକୁ।