ବିଦ୍ୟୁତ ସମସ୍ୟା ନେଇ ବୌଦ୍ଧଜିଲ୍ଲା ବିଜେପି ତରଫରୁ ମନମୁଣ୍ଡା ବିଦ୍ୟୁତ ଅଫିସ ଘେରାଉ

0 134

ବୌଦ୍ଧ,୧୯/୭-ବୌଦ୍ଧଜିଲ୍ଲା କଣ୍ଟମାଳ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ମନମୁଣ୍ଡା ବିଦ୍ୟୁତ ବିଭାଗ ଅଫିସକୁ ଘେରାଉ କରାଯାଇଥିଲା । ପାଞ୍ଚ ଦଫା ଦାବୀନେଇ ଏକ ସ୍ମାରକପତ୍ର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର, ଲୋ ଭୋଲଟେଜ୍‌ ଠିକ୍‌ କରିବା, ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରିବା, କୃଷି କ୍ଷେତ୍ରକୁ ସବସିଡି ଦେବା, ପୁରୁଣା ବାକିଆ ବିଲକୁ ସଂଗ୍ରହ ସମୟରେ ଜୁଲୁମ ବନ୍ଦକରି ବିଦ୍ୟୁତ ଯୋଗାଣ କରିବା ପ୍ରମୁଖ ରହିଥିଲା ।

hiring

ଏହି ଘେରଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ୍‌ ପ୍ରକାଶ ମିଶ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ ବାଘ, ତ୍ରିବିକ୍ରମ ମହାକୁଡ, ନିରଞ୍ଜନ କର୍ଣ୍ଣ, ସରୋଜ କୁମାର ମେହେର, ଯୀଶୁ ପଧାନ, ଶ୍ରୀକାନ୍ତ ଭୋଇ, ରମେଶ ମିଶ୍ର, ନାରାୟଣ କର୍ମୀ, ଦାମୋଦର ମିଶ୍ର ସମେତ ବହୁତ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

7 − six =