୭୨ ତମ ବନ ମହୋତ୍ସବ ପାଳିତ

0 71

ବ୍ରହ୍ମପୁର,୨୦/୭: ଆଜି କୁକୁଡାଖଣ୍ଡି ବ୍ଲକ , କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କୁକୁଡାଖଣ୍ଡି ଉପ ନିବନ୍ଧକ ତଥା ଛତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ କବିରାଜ ଆର୍ଯ୍ୟଙ୍କ ତତ୍ତ୍ୱାବଧାନରେ ରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନାରିକେଳ,ପିଜୁଳି, ଜାମୁ କୋଳି ,ଅଁଳା ଆଦି ଅନେକ ଉପାଦେୟ ବୃକ୍ଷ ଚାରା ରୋପଣ କରାଯାଇଛି । ଶ୍ରୀ ଆର୍ଯ୍ୟ କହିଥିଲେ ଯେ ବୃକ୍ଷର ବିକଳ୍ପ ନାହିଁ ,ବୃକ୍ଷ ବିନା ଜୀବ ଜଗତର ପରିକଳ୍ପନା ନାହିଁ । ସାରା ବିଶ୍ୱ ବର୍ତ୍ତମାନ ଗ୍ଲୋବାଲ ୱର୍ମିଂଗ୍‌ ଓ ମହାମାରୀ କରୋନା ପ୍ରଭାବରେ କବଳିତ,ସବୁର ମୁଖ୍ୟ ହେଉଛି ଜୀବ ଜଗତର ଅସନ୍ତୁଳ, ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଏକମାତ୍ର ବିକଳ୍ପ ହେଲା ବୃକ୍ଷରୋପଣ । ତେଣୁ ଆସନ୍ତୁ ସମସ୍ତେ ନିଜ କାର୍ଯ୍ୟାଳୟ, ବାସଗୃହ ଆଦି ଖୋଲା ସ୍ଥାନରେ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଆଦି ସାମାଜିକ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ଦଲିଲ ଲେଖକ ଶ୍ରୀକାନ୍ତ ସାହାଣୀ, ସରୋଜ କୁମାର ପାତ୍ର,ଶିବ ପ୍ରସାଦ ପଟନାୟକ,ଦିବ୍ୟ ଲୋଚନ ପଟନାୟକ, କୈଳାସ ଖଟାଇ ଙ୍କ ସହ କାର୍ଯ୍ୟାଳୟ କର୍ମଚାରୀ ସଦାଶିବ ଗୌଡ,ପ୍ରଶାନ୍ତ ନାୟକ,କୁନିଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − 5 =