ବିଜେପି ଯୁବମୋର୍ଚ୍ଚା ତରଫରୁ ମହମବତୀ ଶୋଭାଯାତ୍ରା କରି ବୌଦ୍ଧ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

0 163

ବୌଦ୍ଧ,୨୧/୭- ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବୌଦ୍ଧ ରାମଲୀଳା ପଡିଆଠାରୁ ଶତାଧିକ ଯୁବମୋର୍ଚ୍ଚାର କର୍ମୀମାନେ ହାତରେ ପ୍ଲାକାର୍ଡ ଓ ମହମବତୀ ଧରି ସହର ପରିକ୍ରମା କରି ଜିଲ୍ଲା ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରି ପ୍ରତିବାଦ କରିଥିଲେ । ପାଞ୍ଚଦଫା ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ୍‌ ଅବ୍ୟବସ୍ଥା ଉପରେ ପ୍ରଦାନ କରିବା ସଙ୍ଗେସଙ୍ଗେ ଜିଲ୍ଲାକୁ ଅନ୍ଧାରରୁ ଆଲୋକ ପ୍ରଦାନ କରିବାପାଇଁ ମହମବତୀ କ୍ୟାଣ୍ଡେଲ ପ୍ୟାକେଟ୍‌ ପ୍ରଦାନ କରାଯାଇ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଥିଲା । ସେମାନଙ୍କ ଦାବିଗୁଡିକ ମଧ୍ୟରେ ବିଜୁଳି ସମସ୍ୟା, ଲୋ ଭୋଲଟେଜ୍‌ ସମସ୍ୟା, ୨୪ ଘଣ୍ଟିଆ ବିଜୁଳି ଯୋଗାଣ, ଚାଷୀଙ୍କୁ ବିଜୁଳି ବିଲ ଉପରେ ସବସିଡ୍‌ ପ୍ରଦାନ ପ୍ରମୁଖ ରହିଥିଲା । ଦାବିପୂରଣ ନହେଲେ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନ ଦେଇଥିଲେ । ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀତମ ଡାଙ୍ଗ, ଶୁକଦେବ ପ୍ରଧାନ, ଶ୍ରୀକାନ୍ତ ଭୋଇ, ବୀରେନ୍‌ ଖଟୁଆ, ସୁଶୀଲ ଖଟୁଆ, ଅଗସ୍ତି ପ୍ରଧାନ, ବିଶିକେଶନ ମେହେର, ଯୀଶୁ ପ୍ରଧାନ, କୈଳାସ ନାୟକ, ପଙ୍କଜ ବାରିକ, ଦୁର୍ଯ୍ୟୋଧନ ସିଂ, ରଜନୀକାନ୍ତ ଭୋକ୍ତା, ଟୁନୁ ଉରୁମା, ବୀରେନ୍‌ ପୋଢ, ପ୍ରଶାନ୍ତ କର୍ଣ୍ଣ, ପଙ୍କଜ ବାରିକ, ଗୋବିନ୍ଦ ଭଞ୍ଜ ପ୍ରମୁଖ ଶତାଧିକ ଯୁବମୋର୍ଚ୍ଚା କର୍ମୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଗଦର୍ଶନ ଦେଇଥିଲେ ମାଗୁଣି ଗାଇଗୌରୀଆ, ପ୍ରେମାନନ୍ଦ ମିଶ୍ର, ମନରଞ୍ଜନ ଦାସ, ସୁଶାନ୍ତ ବାଘ, ତାପସ ପଟ୍ଟନାୟକ, ବିଶି କେସନ ପ୍ରଧାନ, ରବିନ୍ଦ୍ର କୁମାର ଦେଓ, ବାମନ ବାରିକ, ବୈକୁଣ୍ଠ ପ୍ରଧାନ, ଶ୍ରୀମତି ମୀନାରାଣୀ ମିଶ୍ର, ଶ୍ରୀମତୀ ନମିତା ରାଣୀ ଦାସ ପ୍ରମୁଖ ।

hiranchal ad1
Leave A Reply

Your email address will not be published.

18 − 17 =