ପୂର୍ବରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଲେ

0 96

ସମ୍ବଲପୁର, ୨୧/୭-ଗଛ ଲଗାଇ ତାହା ସହିତ ଫଟୋ ଉଠାଇ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବା ବର୍ତ୍ତମାନ ଏପରି ଜୋର ଧରିଛି ଯେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀ ଯୁବକ ନୂଆଗଛ ଲଗାଇବା ବଦଳରେ ଆଗରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣା ଦିଗରେ ସମୁଚିତ ଯତ୍ନ ନେବାପାଇଁ ଅଣ୍ଟାଭିଡି ବାହାରିଛନ୍ତି । ସେମାନେ ଗତ କିଛି ଦିନ ହେଲା ସ୍ଥାନୀୟ ରିଙ୍ଗରୋଡରେ ଏପରି ଅଭିଯାନ ଚଳାଇଥିଲେ । ସେମାନଙ୍କ ପ୍ରଚେଷ୍ଟା ବଳରେ ସେଠାରେ ପୂର୍ବରୁ ଲଗାଯାଇଥିବା ପ୍ରାୟ ୧୮୦୦ ଚାରାଗୁଡ଼ିକ ମଧ୍ୟରୁ ୬୦୦ରୁ ଅଧିକ ବଞ୍ଚାଯାଇଛି । ସେଠାରେ ଗଛର ଚତୁଃର୍ପାଶ୍ୱରୁ ଘାସଲତା ପରିଷ୍କାର କରି ଗଛ ପାଇଁ ଆବଶ୍ୟକ ଖତ ସାର ଓ ଔଷଧ ଆଦି ଯୋଗାଇ ଦେଉଛନ୍ତି । ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ସେମାନେ ନିଜେ ବହନ କରୁଛନ୍ତି । ପ୍ରଥମେ ଅଳ୍ପ କିଛି ଯୁବକ ଏହି ମହତ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ ଓ ସେମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆହୁରି କିଛି ବାହାରି ପଡିଲେ ଓ କ୍ରମେ ଏହା ଏକ ଅଭିଯାନରେ ପରିଣତ ହୋଇଛି । ଏହି ସଫଳତାରୁ ଉତ୍ସାହିତ ହୋଇ ସେମାନେ କଚେରୀ ଛକରୁ ଜେଲ ଛକ ଆଡ଼କୁ ଆଗେଇଛନ୍ତି । ଏହି ଖବର ପ୍ରସାରିତ ହେବାପରେ ଅନେକ କୋଣରୁ ସେମାନଙ୍କ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

hiranchal ad1
Leave A Reply

Your email address will not be published.

2 × three =