ଗୁରୁପୂର୍ଣ୍ଣିମା ଅବସରରେ ବିଶ୍ୱ ଶାନ୍ତି ଯଜ୍ଞ

0 79

ସୁବର୍ଣ୍ଣପୁର ୨୪/୭- ଆଜିର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳି ପରିବାର ତରଫରୁ ସ୍ଥାନୀୟ ଜନମୁରା ଆଶ୍ରମ ପରିସରରେ ଏକ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ ହୋଇଯାଇଛି । ଯୋଗ, ଆୟୁର୍ବେଦ, ସ୍ୱଦେଶୀ ଦ୍ରବ୍ୟକୁ କିପରି ପ୍ରତ୍ୟେକ ପରିବାରରେ ବ୍ୟବହାର କରିବେ ତାସହିତ ଯୋଗବିଦ୍ୟାକୁ ପ୍ରତି ଘରେ ବ୍ୟାପକ ମାତ୍ରାରେ ଅଭ୍ୟାସ କରାଯିବ ସେ ସଂପର୍କରେ ଅନୁଷ୍ଠାନର ବରିଷ୍ଟ କର୍ମକର୍ତ୍ତା ଦୁର୍ଗା ସାହୁ ବିଶଦ ଭାବରେ ଆଲୋଚନା କରିଥିଲେ । ସେହିପରି ସୁବର୍ଣ୍ଣପୁର ବୌଦ୍ଧ ଫୁଲବାଣୀର ରାଜ୍ୟ ସଦସ୍ୟ ମନୋଜ ପଣ୍ଡା , ଯୁବ ପ୍ରଭାରୀ ସତ୍ୟବାନ୍‌ ମିଶ୍ର , ମହିଳା ଯୋଗଶିକ୍ଷକ ମମତା ମିଶ୍ର , ହଂସିକା ମିଶ୍ର , ରାମେଶ୍ୱର ପ୍ରଧାନ ଓ ଜିଲ୍ଲାର କୃଷକ ପ୍ରଭାରୀ ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯଜ୍ଞାନୁଷ୍ଠାନରେ ଭାଗ ନେଇଥିଲେ । ଏ ପରିପ୍ରେକ୍ଷୀରେ ଗୁରୁବନ୍ଦନା, ଗୁରୁଦର୍ଶନ ଆଦି କାର୍ଯ୍ୟ ସହିତ ଏ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

nine + twenty =