ଦିବ୍ୟଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

0 105

ଗଞ୍ଜାମ,୨୪/୭ : ବ୍ରହ୍ମପୁର ଦିବ୍ୟ ଜୀବନ ସଂଘ, ସିଦ୍ଧାର୍ଥ ନଗର ଶାଖା ପକ୍ଷରୁ ସ୍ଥାନୀୟ ଶଙ୍କାରିସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିନକୁ ଗୁରୁପୂର୍ଣ୍ଣିମା ଭାବେ ପୂଜାର୍ଚ୍ଚନା କରାଯାଏ । ତେଣୁ ଆଜିର ଦିନରେ ସଂଘ ପକ୍ଷରୁ ସଦଗୁରୁ ଭଗବାନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜା ଓ ସ୍ୱାମୀ ଚିଦାନନ୍ଦ ମହାରାଜାଙ୍କୁ ଗୁରୁଙ୍କ ଆସନରେ ଉପବେଶନ କରାଯାଇ ଯଥାବିଧି ଗୁରୁ ପୂର୍ଣ୍ଣିମାର ସମସ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ପ୍ରାତଃ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର,ଜପ ଧ୍ୟାନ, ଅର୍ଚ୍ଚନା, ପ୍ରଭୁ ପ୍ରାର୍ଥନା, ବିଶ୍ୱ ପ୍ରାର୍ଥନା, ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଏଥିରେ ପ୍ରକାଶ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ, ଜଗନ୍ନାଥ ପାତ୍ର, ସୀତାରାମ ଭାଇ, କୃଷ୍ଣଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ନନ୍ଦ, ଉମାଚରଣ ମହାନ୍ତି, ୟୁ.ଶିବଶଙ୍କର ପାତ୍ର, ରୀନା, ବବି,ଉମା,ମହାଲକ୍ଷ୍ମୀ, ଗୀତା,ଗୌରୀ ଭଉଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × two =