ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ରିଓ ଅଲିମ୍ପିକ୍ସ୍ ରୌପ୍ୟ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପି ଭି ସିନ୍ଧୁ ପ୍ରଥମ ମ୍ୟାଚ୍ରେ ଇଜ୍ରାଏଲ୍ର ଜିନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଛନ୍ତି।
୧୦ ମିଟର୍ ମହିଳା ଏୟାର୍ ପିସ୍ତଲ୍ ଫାଇନାଲ୍କୁ ଯିବାରେ ସୁଟର୍ ମନୁ ଭାକର ଏବଂ ଯଶ୍ବସ୍ବିନୀ ସିଂହ ଯୋଗ୍ୟତା ହାସଲ କରି ନ ପାରିବାରୁ ଭାରତ ପାଇଁ ଆଜିର ପ୍ରାରମ୍ଭ ନୈରାଶ୍ୟଜନକ ହୋଇପଡ଼ିଥିଲା। ପିସ୍ତଲ୍ରେ ତ୍ରୁଟି ଦେଖା ଦେବାରୁ ଭାକରଙ୍କୁ ୫ ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ତିମ ଦୁଇ ରାଉଣ୍ଡ୍ରେ ସେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ବି ଶେଷ ସଟ୍ରେ ୮ରେ ଅଟକି ଯିବାରୁ ଫାଇନାଲ୍ରେ ପ୍ରବେଶ କରିବାରୁ ବଞ୍ଚିତା ହୋଇଥିଲେ ।