ହାର୍ଟଆଟାକ୍‌ ଆସିବାର ମାସେ ପୂର୍ବରୁ କ’ଣ ଦେଖାଦିଏ ଲକ୍ଷଣ

0 1,099

ବିଭିନ୍ନ ସମୟରେ ଏଭଳିକିଛି ଘଟଣା ଶରୀରରେ ଅନ୍ୟ କାରଣରୁ ହୋଇଥିଲେ ମଧ୍ୟ ନିମ୍ନଲିଖିତ ୫ଟି କାରଣ ହାର୍ଟଆଟାକ ଆସିବାର ଅନ୍ୟତମ କାରଣ ମଧ୍ୟରୁ ଗୋଟିଏ ହୋଇଥାଇପାରେ । ଯେତେବେଳେ ଏଭଳି ଲକ୍ଷଣ ଦେଖାଦେଉଛି ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ପରୀକ୍ଷା କରାଇନେବା ଉଚିତ । ଶରୀରରେ ଅସୁସ୍ଥତାର ଅନେକ କାରଣ ହୋଇଥାଇପାରେ । କିନ୍ତୁ ଏହିସବୁ ଲକ୍ଷଣ ହାର୍ଟଆଟାକର ଅନ୍ୟତମ କାରଣ ହୋଇଥାଇପାରେ । ତେଣୁ ଏଥିପ୍ରତି ଧ୍ୟାନଦେବା ଉଚିତ । ଆସନ୍ତୁ ଜାଣିବା ହାର୍ଟଆଟାକ୍‌ର କ’ଣସବୁ ଲକ୍ଷଣ ରହିଛି :-


ମୁଣ୍ଡ ବୁଲେଇବା- ବାରମ୍ବାର ମୁଣ୍ଡ ବୁଲେଇବାକୁ କିଛିଲୋକ ଅଣଦେଖା କରନ୍ତି କିନ୍ତୁ ଏହା ସେତେବେଳେ ହୋଇଥାଏ ଯେତେବେଳେକି ମସ୍ତିଷ୍କ ପର୍ଯ୍ୟନ୍ତ ଅକ୍ସିଜେନ ବା ଅମ୍ଳଜାନ ପହଞ୍ଚିପାରିନଥାଏ ଏବଂ ହୃଦୟରେ କିଛି ଅସୁବିଧା ଥାଏ । ଏହା ହାର୍ଟଆଟାକର ଗୋଟିଏ ଲକ୍ଷଣ ହୋଇଥାଇପାରେ ।

hiring


ଦୁର୍ବଳ ଓ ହାଲିଆ ଲାଗିବା – ଶରୀରରେ ଅକ୍ସିଜେନ ଠିକ୍ ଭାବେ ପହଞ୍ଚିନପାରିଲେ ଦୁର୍ବଳ ଲାଗିଥାଏ । ଆମ ହୃଦୟ ରକ୍ତ ଜରିଆରେ ଅକ୍ସିଜେନକୁ ପୁରା ଶରୀରରେ ପହଞ୍ଚାଇଥାଏ କିନ୍ତୁ ଏହା ଯଦି ଠିକ୍ ଭାବେ ପ୍ରବାହିତ ହେଉନଥାଏ ତାହାଲେ ଆମକୁ ଦୁର୍ବଳ ଲାଗିଥାଏ । ଯଦି ଏହି ସମସ୍ୟା ବେଶୀଦିନ ଧରି ଲାଗିରହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।


ଛାତିରେ ଯନ୍ତ୍ରଣା ଓ ଜଳାପୋଡା – ଯଦି ଛାତିରେ ପ୍ରାୟତଃ ଯନ୍ତ୍ରଣା ଓ ଜ୍ୱଳନର ସମସ୍ୟା ଦେଖାଦେଉଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇଥାଇପାରେ ।
ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ – ଯଦି ଆପଣଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ଡାକ୍ତରଙ୍କୁ ଏ ବିଷୟରେ ଜଣାଇବା ଜରୁରୀ । ଏହା ସେତେବେଳେ ହୋଇଥାଏ ଯେତେବେଳେ ହୃଦୟ ପର୍ଯ୍ୟନ୍ତ ଅକ୍ସିଜେନ ପହଞ୍ଚିପାରିନଥାଏ । ଏହାବି ହାର୍ଟଆଟାକର ପୂର୍ବ ଲକ୍ଷଣ ହୋଇପାରେ ।


ପାଦରୁ ପାଣି ବାହାରିବା- ଶରୀରର ସମସ୍ତ ଅଂଶକୁ ଠିକ୍ ଭାବେ ରକ୍ତ ପ୍ରବାହର କାମ ଆମ ହୃଦୟ କରିଥାଏ । ଯଦି ଏଥିରେ କିଛି ବ୍ୟାଘାତ ଘଟେ ତାହାଲେ ରକ୍ତ ପ୍ରବାହ ବନ୍ଦ ହୋଇ ସେହିସବୁ ସ୍ଥାନରେ ପାଣି ଜମିଯାଏ । ଏହା ମଧ୍ୟ ହାର୍ଟଆଟାକର ପୂର୍ବ ଲକ୍ଷଣ ହୋଇଥାଇପାରେ ।

hiranchal ad1
Leave A Reply

Your email address will not be published.

2 × 3 =