୨୧ରେ ଭିଡ଼ିଓ କନଫରେନ୍ସିଂରେ ଅଂଶଗ୍ରହଣ କରିବେ ବାଚସ୍ପତି ଡ. ପାତ୍ର

0 90

ଭୁବନେଶ୍ୱର : ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଚଳିତ ମାସ ୨୧ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଦେଶର ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଏହି ଆଲୋଚନାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଅଂଶଗ୍ରହଣ କରିବେ । ସଚିବାଳୟମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି) ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭିଡ଼ିଓ କନଫରେନ୍ସିଂରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀମତୀ ସରିତା ସାହୁ ଓ ନୋଡାଲ୍ ଅଫିସର ତଥା ବିଧାନସଭାର ଯୁଗ୍ମ ସଚିବ (ଡିବେଟ୍‌) ଶ୍ରୀ ସରୋଜ କୁମାର ମହାନ୍ତି ଉପସ୍ଥିତ ରହିବେ । ଏହି ମର୍ମରେ ଲୋକସଭାସ୍ଥିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ପ୍ରକୋଷ୍ଠରୁ ନିର୍ଦ୍ଦେଶନାମା ଆସିଛି ।

hiranchal ad1
Leave A Reply

Your email address will not be published.

12 + nine =