ମାନୁ ନାହାନ୍ତି ଅମାନିଆ ! କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ

0 169

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ହେଉଥିବା ଦେଖା ଦେଉଛି । କିନ୍ତୁ ଜନସାଧାରଣ କୋଭିଡ ନିୟମ ପାଳନ କରିବାରେ ବହୁ ଅବହେଳା କରୁଥିବା ଦେଖିବାକ ମିଳିଛି । ଜିଲ୍ଲାରେ ମାସ୍କ ନପିନ୍ଧି ଲୋକେ ଖୁଲମଖୁଲା ବଜାରରେ ବୁଲୁଛନ୍ତି ସତେ ଯେପରି କରୋନା ସମ୍ପୂର୍ଣ୍ଣ ଚାଲି ଯାଇଛି ଆଗକୁ ୩ୟ ଲହର ଆସିବାର ସମ୍ଭାବନାକୁ ବର୍ତ୍ତମାନ ସୁଦ୍ଧା ଅସ୍ୱୀକାର କରାଯାଇନଥିବା ବେଳେ ଲୋକଙ୍କ ଏଭଳି କୋଭିଡ ନିୟମ ପାଳନ ନକରିବା ଯୋଗୁଁ ଏହା ଯଦି ୩ୟ ଲହର ଆସେ ସେତେବେଳେ ଅବସ୍ଥା ସଙ୍ଗୀନ ନହେବ ତାହା ସମୟ ହିଁ କହିବ? ତେବେ ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ତହସିଲ ଓ ପୋଲିସ ପ୍ରଶାସନ ସଜାଗ ରହିଛି । ଦାରିଙ୍ଗବାଡି ପ୍ରଶାସନ ତରଫରୁ କୋଭିଡ଼ ନିୟମକୁ କଡ଼ାକଡ଼ି ଯାଞ୍ଚ କରାଯାଇ ବ୍ଲକର ବ୍ରାହ୍ମଣୀଗାଁ ଅଞ୍ଚଳରେ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନ ରେ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲିକ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ବ୍ରାହ୍ମଣୀଗାଁ ବଜାରରେ କୋଭିଡ଼ ନିୟମ ଯାଞ୍ଚକୁ କଡ଼ାକଡ଼ି କରିଥିଲେ । ଏହି ସମୟରେ କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ୭ ହଜାର ୯ଶହ ଟଙ୍କା ଜରିମାନା ଆଦାୟ କରିଥିଲେ । ଯାଞ୍ଚ ସମୟରେ ଅନେକ ସ୍ଥାନରେ ଲୋକେ ମାସ୍କ ପିନ୍ଧିନଥିବା ସହିତ ସାମାଜିକ ଦୂରତା ନିୟମକୁ ପାଳନ କରିନଥିବା ସୂଚନା ମିଳିଛି । ଏହି ଯାଞ୍ଚରେ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ବିପିନ ବିହାରୀ ଭୂୟାଁ ଓ କାଟିଙ୍ଗିଆ ରାଜସ୍ୱ ନିରୀକ୍ଷକ ସୁମନ୍ତ ଯାନୀଙ୍କ ସମେତ ପୋଲିସ କର୍ମଚାରୀ ମାନେ ନିୟୋଜିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − 2 =