ଦୁର୍ଘଟଣାରେ କାର୍‌ ଚୁରମାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

0 269

କେନ୍ଦୁଝର,୨୭/୭- ଗତକାଲି ଅପରାହ୍ନ ୪ ଟାବେଳେ ଓଡ଼ିଶା ଖଣି ଓ ଯାନ୍ତିକ ବିଦ୍ୟାଳୟ ହଷ୍ଟେଲ ସମ୍ମୁଖରେ ଲାବଣ୍ୟଲଜ ପଟୁ ଦ୍ରୁତଗତିରେ ଆସୁଥିବା କାର ନଂ ଓଡି୦୨ବିଜି୨୦୪୯ ଦୁର୍ଘଟଣାଗ୍ରସ୍ଥ ହୋଇ ଚୁରମାର୍‌ ହୋଇଯାଇଥିଲା ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗାଡ଼ିଟି ଏତେ ଯୋରରେ ଆସୁଥିଲା ଯେ ନିୟନ୍ତ୍ରଣ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ଗଛକୁ ଭାଙ୍ଗି କଙ୍କ୍ରିଟ ଡ୍ରେନକୁ ଡେଇଁ ବାଡେଇ ହୋଇଥିଲା । କାରଟିର ଅବସ୍ଥାକୁ ଦେଖିଲେ ଜଣାପଡୁଥିଲା ଯଦି କରୋନା କଟକଣା ନଥାନ୍ତା ଏବଂ ସ୍କୁଲ କଲେଜ ସବୁ ଖୋଲାଥାନ୍ତା ତାହାଲେ ଏକ ବଡ଼ ଦୁର୍ଘଟଣା ସେ ସ୍ଥାନରେ ଘଟିଯାଇଥାନ୍ତା କାରଣ ଲାବଣ୍ୟ ଲଜ ପାଖରୁ ମାଇନିଙ୍ଗ ସ୍କୁଲ ପର୍ଯ୍ୟନ୍ତ ସବୁ ସମୟରେ ସ୍କୁଲ ପିଲାଙ୍କ ଭିଡଥାଏ । ବିଗତ ଦିନରେ ଦ୍ରୁତ ଗାଡି ଚାଳନାରେ ସେ ସ୍ଥାନରେ କିଛିନା କିଛି ଛୋଟ ବଡ ଦୁର୍ଘଟଣା ଘଟିବାର ବହୁ ନଜିର ଅଛି । ତେଣୁ ସେ ରାସ୍ତାରେ ଦୁର୍ଘଟଣା ହ୍ରାସ କରିବାକୁ ହେଲେ ୨/୪ଟି ହମ୍ପସ ନିର୍ମାଣର ଆବଶ୍ୟକତା ଥିବା ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

2 × five =