ହୀରାକୁଦରୁ ୧୦ଟି ଗେଟ୍‌ ଖୋଲି ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟାର ପରିଦୃଶ୍ୟ

0 108

ସମ୍ବଲପୁର,୨୭/୭- ଗତରାତିରୁ ଝିପିଝିପି ବର୍ଷା ଲାଗି ରହିଛି, ଏଣୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ହୀରାକୁଦ ବନ୍ଧରୁ ୧୦ଟି ଗେଟ ଖୋଲି ଜଳ ନିଷ୍କାସନ ଯୋଗୁଁ ଏଠାରେ ମହାନଦୀରେ ବନ୍ୟାର ପରିଦୃଶ୍ୟ ରହିଛି । ତଳମୁଣ୍ଡରେ ଓ ବିଶେଷକରି ସୋନପୁରରୁ ତଳକୁ ମହାନଦୀ ବିକରାଳ ରୂପ ଧାରଣ କରିଛି ଓ ତଳେ ଡେଲଟା ଅଞ୍ଚଳରେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା କରାଯାଉଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ଟା ସମୟରେ ଏହାର ଜଳସ୍ତର ୬୦୯.୫୯ ଫୁଟ ରେକର୍ଡ କରାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ବହୁ ପରିମାଣରେ ବନ୍ୟାଜଳ ଏହି ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବାରୁ ଏହାର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବାପାଇଁ ଗତକାଲିଠାରୁ ବାମପଟେ ୬ଟି ଓ ଡାହାଣପଟେ ୪ଟି ଏହିପରି ସମୁଦାୟ ୧୦ଟି ଗେଟ ଖୋଲି ଜଳ ନିଷ୍କାସନ କରାଯାଉଛି ।

hiring

ସକାଳ ୯ଟା ସମୟରେ ଏହି ଜଳଭଣ୍ଡାର ଭିତରକୁ ଏକଲକ୍ଷ ୨୮ହଜାର ୭୮୭ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ସେତେବେଳେ ସେଠାରୁ ଏକଲକ୍ଷ ୬୬ ହଜାର ୨୧୨ କ୍ୟୁସେକ ଜଳରାଶି ନିଷ୍କାସିତ କରାଯାଉଥିଲା । ଏହିପରି ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଓ ନିଷ୍କାସନ ସତ୍ତେ୍ୱ ଜଳଭଣ୍ଡାରର ଜଳସ୍ତରରେ ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୦.୩୫ ଫୁଟ ଅର୍ଥାତ୍‌ ପ୍ରାୟ ୪ଇଞ୍ଚ ମାତ୍ର ହ୍ରାସ ପାଇଛି ।

hiranchal ad1
Leave A Reply

Your email address will not be published.

12 + 12 =