ସାମ୍ବାଦିକଙ୍କୁ ମାଡ଼ ଓ ଦୁର୍ବ୍ୟବହାରକୁ ବିରୋଧ କରି ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ

0 434

ଦଶପଲ୍ଲା,୨୭/୭ :- କେନ୍ଦ୍ରାପଡା, ନୟାଗଡ଼ ସମେତ ସମେତ ଓଡିଶାରେ ସାମ୍ବାଦିକଙ୍କ ପ୍ରତି ବଢି ଚାଲିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଡିଜିଟାଲ୍‌ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟେ ନୟାଗଡ଼ ପୂର୍ତ୍ତବିଭାଗ ଡାକ ବଙ୍ଗଳାଠାରୁ ଶତାଧିକ ସାମ୍ବାଦିକ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ବିରୋଧକରି ନାରାବାଜି କରିବା ସଙ୍ଗେସଙ୍ଗେ, ସାମ୍ବାଦିକ ସୁରକ୍ଷା ଆଇନ୍‌ ଲାଗୁ କରିବା ପାଇଁ ଦୃଢ ଦାବି କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ଅନ୍‌ୱାର୍‌ ଅଲ୍ଲୀ, ସଂପାଦକ କିଶୋର ମହାପାତ୍ର, ରାମକୃଷ୍ଣ ରଥଙ୍କ ସମେତ ବ୍ଲକସ୍ତରୀୟ ଡିଜିଟାଲ ମିଡିଆ ଆସୋସିଏସନର ସଭାପତି , ସଂପାଦକ ଓ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

7 + eighteen =