ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି । ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା, ସେତେବେଳେ ଶିଳ୍ପା ଶେଟ୍ଟି ସମସ୍ତଙ୍କ ସାମ୍ନାରେ ତାଙ୍କ ଉପରେ ରାଗି ଯାଇଥିଲେ । ସେ ଖୋଲାଖୋଲି ଭାବେ ପ୍ରଶ୍ନ ପଚାରିଥିଲେ, ଯେତେବେଳେ ଭଗବାନ ଆମକୁ ସବୁକିଛି ଦେଇଛନ୍ତି ତେବେ ଏସବୁ କରିବାର ଆବଶ୍ୟକତା କ’ଣ ଥିଲା? ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଦ୍ୱାରା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ଘୋର ଆଘାତ ପାଇଛନ୍ତି । ସେ ପ୍ରତିଦିନ ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଯେତେବେଳେ ମୁମ୍ବାଇ ପୋଲିସ ଟିମ୍ ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କୁ ତାଙ୍କ ଘରକୁ ନେଇଥିଲା । ଦଳ ତାଙ୍କ ଘରେ ପହଞ୍ଚି ପ୍ରମାଣ ଖୋଜାଖୋଜି କରିବା ସହ ଶିଳ୍ପା ଶେଟ୍ଟୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଥିଲା । ଏହି ଅବସରରେ ଶିଳ୍ପା ତାଙ୍କ ସ୍ୱାମୀଙ୍କୁ ଦେଖିବା ମାତ୍ରେ କାନ୍ଦି ପକାଇଥିଲେ । ଶିଳ୍ପା ରାଜ କୁନ୍ଦ୍ରାଙ୍କୁ କହିଥିଲେ, “ଆମର ସବୁ କିଛି ଅଛି, ତେବେ ଏସବୁ କରିବାର ଆବଶ୍ୟକତା କ’ଣ? ଏହା ପରିବାରର ନାମକୁ ନଷ୍ଟ କରିଦେଲା ଏବଂ ମୋତେ ଅନେକ ପ୍ରକଳ୍ପ ଛାଡିବାକୁ ପଡିଲା ବୋଲି କାନ୍ଦିକାନ୍ଦି ତାଙ୍କୁ ସ୍ୱାମୀ କହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post