ସୁବର୍ଣ୍ଣପୁର,୨୭/୭ – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ଯତ୍ନବାନ ହୋଇ ଦଳଗତ ଭାବେ କାର୍ଯ୍ୟ କରିବା ସହିତ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗ୍ୟ ଶିଶୁଙ୍କୁ ନିଶ୍ଚିତ ସାମିଲ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ବାଲ୍ୟବିବାହ ଯେପରି ନହେବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ପ୍ରଦାନ କରି ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାସହ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ପୁନଶ୍ଚ ବୈଠକରେ ଶିଶୁ ସୁରକ୍ଷା ନିମନ୍ତେ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ର ସଠିକ ଓ ସୁନିଶ୍ଚିତ କାର୍ଯ୍ୟକାରିତା ଯେପରି ସମସ୍ତଙ୍କ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୭ ଜଣ ଅନାଥ ଶିଶୁ ଓ ୭୫୯ଜଣ ଯେଉଁମାନେ ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି, ସର୍ବମୋଟ ୭୮୬ ଜଣ ଶିଶୁ ପ୍ରଥମ ପର୍ଯ୍ୟାୟ ସମାପ୍ତ ପରେ ଆଶୀର୍ବାଦ ଯୋଜନା ନିମନ୍ତେ ଚି଼ହ୍ନଟ ହୋଇଥିବା ବେଳେ ୭୨ଟି ଦରଖାସ୍ତ ଏହି ଯୋଜନା ନିମନ୍ତେ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଡ଼ି ସି ପି ଓ ସୂଚନା ପ୍ରଦାନ କରିଛନ୍ତି । ବୈଠକରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପ୍ରାରମ୍ଭିକ ସୂଚନା ଦେବାସହ ଆଶୀର୍ବାଦ ଯୋଜନାର ରୂପରେଖ ତଥା ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ । ଏକ୍ସନଏଡ଼ ଜିଲ୍ଲା ସଂଯୋଜକ (ପରାମର୍ଶଦାତା )ବାଲ୍ୟବିବାହ ଶ୍ରୀ ରାକେଶ ପ୍ରଧାନ ପି ପି ପି ଜରିଆରେ ଜିଲ୍ଲାରେ ବାଲ୍ୟ ବିବାହ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ନିର୍ଦ୍ଦେଶକ ଚାଇଲଡ ଲାଇନ ଶ୍ରୀ ଅନଙ୍ଗ କୁମାର ନେଗୀ ଚାଇଲଡ ଲାଇନ ସମ୍ୱନ୍ଧରେ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ପି ଡ଼ି ଡ଼ି ଆର ଡ଼ି ଏ ଡୋଳାମଣି ପଟେଲ, ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେ ଜେ ପଟେଲ, ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ବିଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡ଼ି ଏସ ଡବ୍ଲୁ ଓ ଅନିତା ଗୁରୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସି ଏସ ଓ ପବିତ୍ର କୁମାର ସାହୁ, ଡ଼ି ପି ଓ ଇପ୍ସିତା ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା, ପ୍ରିନସିପାଲ ପଲିଟେକନିକ ଗୌରହରି ସାହୁ, ତଥା ସମସ୍ତ ସି ଡି ପି ଓ ପ୍ରମୁଖଙ୍କ ସହ ଜିଲ୍ଲା ଚାଇଲଡ ଲାଇନର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ।