ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

0 130

ପାରଳାଖେମୁଣ୍ଡି : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଶନିବାର ଓ ରବିବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ରାୟଗଡ ବ୍ଳକ କିନୋଡା ଗ୍ରାମର ସାରଥୀ ଶବରଙ୍କ ଜମିରେ ହୋଇଥିବା କ୍ଷେତ ପୋଖରୀ ପରିଦର୍ଶନ କରିଥିଲେ । ସମନ୍ୱିତ କୃଷି ପ୍ରଣାଳୀ ଯଥା ମାଛ ଚାଷ, ପନି ପରିବା ଚାଷ, ପୋଖରୀ ହୁଡ଼ାରେ ସପୁରୀ, ଲେମ୍ବୁ ନଡ଼ିଆ, କଦଳୀ, ସଜନା, ଅମୃତଭଣ୍ଡା ଆଦି ଚାଷ କରି ଲାଭବାନ ହୋଇ ପାରିଥିବା ଶବରଙ୍କ ସହ ଆଲୋଚନା କରି ତାଙ୍କ ଆୟକୁ କିପରି ବହୁଗୁଣିତ କରିପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଉକ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିବା ଧରିତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରିଥିଲେ । ଉକ୍ତ ବ୍ଳକରେ ଅନ୍ୟ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ସେହିପରି ଗସ୍ତର ଅନ୍ତିମ ଦିନରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସାକ୍ଷାତ ସମୟରେ ଜଳ ବିଭାଜିକା ନିର୍ଦ୍ଦେଶକ ବିଭାଗ ଦ୍ୱାରା ନିଆଯାଇ ଥିବା ଏମଜିଏନଆରଜିଏସର କ୍ଷେତ ପୋଖରୀ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

eight − 3 =