ସ୍ୱାସ୍ଥ୍ୟସେବାରେ ପଶ୍ଚିମ ଓଡିଶାକୁ ଅବହେଳା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର ପ୍ରଦାନ

0 85

ବଲାଙ୍ଗୀର ତା୨୮/୦୭ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ଅବହେଳା ଅଭିଯୋଗରେ ବିଜେପି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାୟକ ଡ ମୁକେଶ ମହାଲିଙ୍ଗ ଯୋଗଦାନ କରି ପଶ୍ଚିମାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଗ୍ରହଣୀୟ ନୁହେଁ । ବୁର୍ଲା ସ୍ଥିତ ଭୀମସା ଦୂରାବସ୍ଥା ଇଚ୍ଛା କୃତ । ରାଜ୍ୟ ସରକାରଙ୍କ ଅଣଦେଖା ଯୋଗୁଁ ନିର୍ଦ୍ଦେଶକ ଅଛନ୍ତି କିନ୍ତୁ କ୍ଷମତା ନାହିଁ, ଗେଷ୍ଟ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଜି ଆଇ ସର୍ଜରୀ, ନେଫ୍ରୋଲୋଜି ଆଦି ବିଭାଗ ଅଛି କିନ୍ତୁ ନାହିଁ ବିଶେଷଜ୍ଞ ଡାକ୍ତର । ଟ୍ରୋମା ବିଲଡିଂରେ ରେଡିଓଲୋଜିଷ୍ଟ ନାହିଁ । କ୍ୟାନସର ଓ କାର୍ଡିଓ ବିଭାଗ ନାମକୁ ମାତ୍ର ଅଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ୨୦ବର୍ଷ ଶାସନରେ ଭୀମସାରେ ୨୦ ଆଇସିୟୁ ବେଡ ବୋଲି ବ୍ୟଙ୍ଗ କରି କଟକ ବଡ ମେଡିକାଲରେ ୨୦ ଏକମୋ ମେସିନ ବେଳେ ଭୀମସାରେ ଶୂନ୍‌ । ସେଠି ବିଶ୍ୱସ୍ତରୀୟ କରିବା ପାଇଁ ହଜାର କୋଟି ତ ଭୀମସା ପାଇଁ ଶୂନ୍‌ କାହିଁକି ବୋଲି କହି ପ୍ରଶ୍ନ କରିଥିଲେ ମହାନ୍ତି । ଏ ଭଳି ଅଣଦେଖା ଅବହେଳା ଯୋଗୁଁ ଆଞ୍ଚଳିକ ବୈଷମ୍ୟ ବଢୁଛି ଓ ସ୍ୱତନ୍ତ୍ର ରାଜ୍ୟ ଦାବୀ ଆନ୍ଦୋଳନ ତେଜୁଛି । ପଶ୍ଚିମ ଓଡିଶା ତଥା ପଡୋଶୀ ରାଜ୍ୟର ଲୋକେ ଚିକିତ୍ସା ସେବା ପାଇଁ ଭୀମସା ଉପରେ ନିର୍ଭରଶୀଳ ଏଣୁ ସରକାର ଭୀମସା ବିକାଶ ପାଇଁ ଧ୍ୟାନ ଦିଅନ୍ତୁ । କଟକ ଭୁବନେଶ୍ୱର ଦୌଡି ଏଠାକାର ଲୋକେ ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି ବୋଲି ବରିଷ୍ଠ ବିଜେପି ନେତା ପ୍ରବାସ ପାଣିଗ୍ରାହୀ ମତବ୍‌ଯକ୍ତ କରିଥିଲେ । ସାମ୍ଭାବ୍‌ଯ ତୃତୀୟ ଲହର ଆଶଙ୍କା ଓ ୨ୟ ବେଳେ ବହୁ ପ୍ରଭାବିତ ପଶ୍ଚିମଓଡିଶାର ଭୀମସାରେ ଏକମୋ ମେସିନ, ସମସ୍ତ ପିଏଚ୍‌ସି, ସିଏଚ୍‌ସି, ଏସ୍‌ଡିଏମ୍‌ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅକ୍ସିଜେନ ବେଡ୍‌, ଡେଡିକେଟେଡ କୋଭିଡ କେୟାର ସେଣ୍ଟର, ଆର୍‌ଟିପିସିଆର ଟେଷ୍ଟିଙ୍ଗ କ୍ଷମତା ବୃଦ୍ଧି, ଡାକ୍ତର ବିଶେଷଜ୍ଞ ଡାକ୍ତର, ଟେକ୍ନିସିଆନ୍‌ ଓ ଖାଲି ପଦବୀ ପୂରଣ ସମ୍ବନ୍ଧରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − 10 =