ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ

0 212

ନୂଆଦିଲ୍ଲୀ : ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲୁଏସ)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇଛି । ଏଥିରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରୀ ତଥା ଦନ୍ତ ଚିକିତ୍ସା ଯେପରିକି ଏମ୍‌ବିବିଏସ୍‌, ଏମ୍‌ଡି, ଏମ୍‌ଏସ୍‌, ଡିପ୍ଲୋôମା, ବିଡିଏସ୍‌, ଏମ୍‌ଡିଏସ୍‌ ଅଧ୍ୟୟନ ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଆର୍ଥିକ ଅନଗ୍ରସର ବର୍ଗ ବା ଇଡବ୍ଲୁଏସଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଅଲ ଇଣ୍ଡିଆ କୋଟା ସ୍କିମ୍‌ ଆଧାରରେ ଏହି ସୁବିଧା ଛାତ୍ରଛାତ୍ରୀମାନେ ପାଇପାରିବେ । ଏହି ସ୍କିମ୍‌ ୨୦୨୧-୨୨ ବର୍ଷରୁ ଲାଗୁ ହେବ ।
ନୂଆ ସଂରକ୍ଷଣ ନିୟମ ଲାଗୁକଲେ ଦେଶର ପ୍ରାୟ ୫୫୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ଏହି କ୍ରମରେ ପ୍ରତିବର୍ଷ ପ୍ରାୟ ୧୫ ଶହ ଓବିସି ଛାତ୍ରଛାତ୍ରୀ ଏମ୍‌ବିବିଏସ ଅଧ୍ୟୟନ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ପ୍ରାୟ ୨୫ଶହ ଓବିସି ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ସେହିଭଳି ୫୫୦ ଇଡବ୍ଲୁଏସ ଛାତ୍ରଛାତ୍ରୀଙ୍କୁ ଏମ୍‌ବିବିଏସ୍‌ ଅଧ୍ୟନ ଏବଂ ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ରେ ପଢିବା ପାଇଁ ସୁଯୋଗ ମିଳିବ ।

hiranchal ad1
Leave A Reply

Your email address will not be published.

19 + 19 =