ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ୨ଟି ବାଘର ପ୍ରତିମୂର୍ତ୍ତି

0 81

ବ୍ରହ୍ମପୁର,୩୦/୭ : ବ୍ରହ୍ମପୁର ଆଇଟିଆଇ ପରିସରରେ ୨ଟି ବାଘ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଥିଲେ । ବିଶ୍ୱରେ ଲୋକଙ୍କ ଭିତରେ ବାଘ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ୨୦୧୦ ମସିହାରେ ସେଣ୍ଟପିଟରସବର୍ଗ ବ୍ୟାଘ୍ର ସମ୍ମିଳନୀରେ ବ୍ୟାଘ୍ର ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା । ସାତକୋଶିଆ ଟାଇଗର ରିଜର୍ଭରେ ବାଘ ବଂଶର ବିସ୍ତାର ପାଇଁ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିପାଇଁ ୨୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଲା । ବାଘ ହେଉଛି ଆମ ଦେଶର ଜାତୀୟ ପ୍ରାଣୀ ତେଣୁ ତାର ସୌନ୍ଦର୍ଯ୍ୟ, ସାହସିକତା, ଶକ୍ତି ଏବଂ ଜାତୀୟତାର ପ୍ରତୀକ, ବାଘକୁ ବଞ୍ଚାଇବା ହେଲା ଦେଶ ପାଇଁ ଗର୍ବ । ତେଣୁ ବ୍ରହ୍ମପୁର ଆଇଟିଆଇ କୁଶଳୀ କାରିଗରମାନେ ବିଶ୍ୱ ସମ୍ପ୍ରଦାୟ ସହିତ ହାତ ମିଳାଇବା ନିମନ୍ତେ ଏକ ବାଘ ନିର୍ମାଣ ଦଳ ଗଠନ କରିଛନ୍ତି । ଏହି ଟାଇଗର ଗୁଡିକ ସ୍କ୍ରାପ୍‌ ଲୁହାରେ ତିଆରି,ଏକ କୃତ୍ରିମ ଘାସରେ ଗୁଡ଼ାଇ ହୋଇ ନୂତନ କୌଶଳ ସହିତ ବହୁତ ସୁନ୍ଦର ଭାବରେ ଏହାକୁ ଜନସାଧାରଣ ଦେଖିବା ଓ ସଚେତନତା ନିମନ୍ତେ ମୂର୍ତ୍ତର୍ିଗୁଡ଼ିକ କ୍ୟାମ୍ପସ ଭିତରେ ରଖାଯାଇଛି । ଏହା ବର୍ଷସାରା ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିବ ଏବଂ ହଜାର ହଜାର ଲୋକ କ୍ୟାମ୍ପସ ପରିଦର୍ଶନ କରିବେ ଏବଂ ବାଘର ସୁରକ୍ଷା ବିଷୟରେ ସଚେତନ ହେବେ । ଏହି ବାଘ ଗୁଡିକ ଲୁହା ଦଣ୍ଡରୁ ନିର୍ମିତ ହୋଇଛି ଓ ଏଥିରେ ପ୍ରାୟ ୪୦୦ କେଜି ସ୍କ୍ରାପ୍‌ ଆଇରନ୍‌ ବ୍ୟବହୃତ ହୋଇଛି । ଏହି ବାଘ ମୂର୍ତ୍ତିଗୁଡିକ ସଂପୂର୍ଣ୍ଣ କରିବାପାଇଁ ପ୍ରାୟ ୨୦ ଦିନ ସମୟ ଲାଗିଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା କହିଛନ୍ତି ଯେ ଆଇଟିଆଇ ଛାତ୍ରଛାତ୍ରୀମାନେ ଏଭଳି ଚମତ୍କାର ପଦକ୍ଷେପ ନେଇଥିବାରୁ ରେଶମ ସହର ପାଇଁ ଏହା ଏକ ଗର୍ବର ବିଷୟ । ସେହିପରି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ କହିଛନ୍ତି ଯେ ଏହା ଗଞ୍ଜାମ ଜିଲ୍ଲାର ଲୋକଙ୍କ ସହ ବିଶ୍ୱବାସୀ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଏହା ଦ୍ୱାରା ଛାତ୍ରମାନେ ବର୍ତ୍ତମାନ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବେ ଏବଂ ପରିବେଶ ସୁରକ୍ଷା ସହିତ ଏହି ଦକ୍ଷତା ବିକାଶ ନିମନ୍ତେ ଉଲ୍ଲେଖନୀୟ ହେବ ତେଣୁ ବାଘ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ଏହା ଛାତ୍ରାଛାତ୍ରୀଙ୍କୁ ବାର୍ତ୍ତା ଦେବ ବୋଲି ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =