ଇତିହାସ ରଚିଲେ ସିନ୍ଧୁ, ଦେଶ ପାଇଁ ବ୍ରୋଞ୍ଜ ଆଣିଲେ

0 117

ଟୋକିଓ : ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ହୁଏତ ସ୍ୱର୍ଣ୍ଣ ପଦକ ଜିତି ପାରିନାହାନ୍ତି କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ସିନ୍ଧୁ ଚାଇନାର ସଟଲର ହେ ବିଙ୍ଗ ଜିଆଓଙ୍କୁ ଭେଟିଥିଲେ । ସିନ୍ଧୁ କ୍ରମାଗତ ଭାବରେ ଚାଇନାର ସଟଲରଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟ ଲାଭ କରିଛନ୍ତି । ସିନ୍ଧୁ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ୨୧-୧୩ ଓ ୨୧-୧୫ ସେଟରେ ହରାଇ ଇତିହାସ ରଚିଛନ୍ତି । ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

hiranchal ad1
Leave A Reply

Your email address will not be published.

7 − seven =